35.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ପ୍ରଗତିରେ କେହି ଗତିରୋଧ କରିପାରନ୍ତି । ମନକୁ ଶାନ୍ତି ମିଳିବ । ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ । ପରିବାରରେ ଅଭାବ ଅନଟନ ଦେଖାଦେବ । ମହିଳାମାନେ ନିଆଁ ଓ ଗ୍ୟାସ୍ ପ୍ରତି ଜଗି ରହି କାମ କରନ୍ତୁ ।

ବୃଷ : ଆଜି ବେପାର ବୃତିରେ ପ୍ରଗତି କରିବେ । ସମାଜରେ ଆଦର ସମ୍ମାନ ପାଇବେ । ଜୀବନ ସାଥି ଆପଣଙ୍କୁ ଉତ୍ସାହିତ କରିବ । ନିଜର ବସ୍ତ୍ର ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ ।

ମିଥୁନ : ବ୍ୟବସାୟରେ ମନ ପ୍ରାଣ ଦେଇ କାମ କରନ୍ତୁ । ସଫଳତା ଓ ଲାଭ ପାଇବେ । କାହାରିକୁ ସମାଲୋଚନା କରନ୍ତୁ ନାହିଁ । ଶରୀର ଅସୁସ୍ଥ ହୋଇପାରେ । ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବେପାର ବୃତିରେ ସୁଖି ରହିବେ । କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିେବେ, ହେଲେ ସେ କହିବା ପୂର୍ବରୁ ତାଙ୍କ ମନ କଥା ଖୁବ୍ ଶୀଘ୍ର ଜାଣିନେବେ ।

ସିଂହ : ପରିବାରଜନଙ୍କ ସହିତ ଅଧିକ ସମୟ ବିତେଇବେ । ନୂଆଘର ତିଆରି ପାଇଁ ଯୋଜନା ତିଆରି କରିବେ । ଖାଦ୍ୟ ପେୟ ପ୍ରତି ସଜାଗ ରୁହନ୍ତୁ । ଛାତ୍ରଛାତୀମାନେ ଅଧ୍ୟୟନରେ ଅଧିକ ମନ ନିବେଶ କରିବେ ।

କନ୍ୟା : ବ୍ୟବସାୟରେ ପ୍ରଶାର ଲାଭ କରିବେ । ପଡ଼ୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ । ପ୍ରତିଟି କ୍ଷେତ୍ରରେ ଭୟ ଦେଖାଦେବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।

ତୁଳା : ଅଫିସରେ ଅଧିକ ଦାୟିତ୍ୱ ତୁଲାଇବେ । ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ । ସ୍ତ୍ରୀଙ୍କ ସହିତ ସହରକୁ ଯାଇ ଗୃହ ଉପକରଣ କିଣିପାରନ୍ତି । ବନ୍ଧୁମାନଙ୍କ ସହିତ ରାତ୍ରିି ଭୋଜିରେ ମଉଜ ମସ୍ତି କରିବେ ।

ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ । ଆୟ ବୃଦ୍ଧିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନ ସାଥିଙ୍କୁ କୌଣସି ବସ୍ତ୍ର ଉପହାର ଦେବେ ।

ଧନୁ : ଚାକିରୀରେ କିଛି ପରିବର୍ତନ ହୋଇପାରେ । କର୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବେ । ଆପଣଙ୍କର ମାନସିକ ଅଶାନ୍ତି ବଢ଼ିବ । ବାହାର କାମରେ ଗଲାବେଳେ ସାବଧାନତାର ସହ ଗାଡ଼ି ଚଳାନ୍ତୁ ।

ମକର : ପିତାମାତାଙ୍କ ଆର୍ଶୀବାଦ ନେଇ କାମରେ ଯାଆନ୍ତୁ । ଆପଣଙ୍କ ମନସ୍କାମନା ପୂରଣ ହେବ । ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହି ପାରିବେ ନାହିଁ । ସେୟାର ବଜାରରୁ ଲାଭ କମ୍ ପାଇବେ ।

କୁମ୍ଭ : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଶୁଭ ଖବର ପାଇ ଖୁସି ରହିବେ । ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ । ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ଅତିଥି ଆସିବେ ।

ମୀନ : ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ସେବା ପୂଜାରେ ମନନିବେଶ କରିବେ । ଅଭାବରୁ ମୁକ୍ତି ମିଳିବ । ଶାରୀରିକ ପୀଡ଼ା ଅନୁଭବ କରିବେ । ଚନ୍ଦ୍ରଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking