🎪🛕ଆଜିର ଅନୁଚିନ୍ତା🛕🎪

➡️ଜୀବନକୁ ବହୁତ ଲୋକ ଆସିଥାନ୍ତି,କିଛି ଲୋକ ସମୟ ସହ ପରିବର୍ତ୍ତନ ହୋଇ ଯାଇଥାନ୍ତି ଆଉ କିଛି ଲୋକ ଆମକୁ ପରିବର୍ତ୍ତନ କରିଦେଇଥାନ୍ତି ।
➡️ଦୁଷ୍ଟ ଲୋକମାନଙ୍କର ମିଠା ମିଠା କଥା ଦିନେ ନା ଦିନେ ଆମକୁ ଅସୁସ୍ଥ କରିଦେଇଥାଏ କିନ୍ତୁ ଭଲ ଲୋକମାନଙ୍କର କୋଠର କଥାରେ ଭଲପାଇବା ଲୁଚି ରହିଥାଏ ।

➡️ପାଟିରେ ଖାଲି ନିଜର ନିଜର ଏମିତି ତ ସମସ୍ତେ କହନ୍ତି, କିଏ ପ୍ରକୃତରେ ଆପଣାର ତାହା ତ କେବଳ ସମୟ ହିଁ କହିଦିଏ ।

➡️ଯୋଡିବା ହୁଏତ ସମ୍ଭବ ହୋଇନପାରେ କିନ୍ତୁ ପାରସ୍ପରିକ ବୁଝାମଣା ଦ୍ଵାରା ସମ୍ପର୍କରେ ଟିକିଏ ସ୍ଥିରତା ନିଶ୍ଚିତ ଭାବରେ ଆସିବ ।

➡️ଝିଅ ଟିଏ କେବେ ଘରର ବୋଝ ହୋଇନଥାଏ ।ବରଂ ଘରର ବୋଝକୁ ଉଠେଇଥାଏ — କେବେ ସ୍ତ୍ରୀ ହୋଇ ତ ଆଉ କେବେ ମାଆ ହୋଇ ।

➡️ଅନ୍ୟର Againstରେ ଯଦି କେହି ଆପଣଙ୍କୁ କହୁଛି, ତା’ହେଲେ ମନେ ରଖନ୍ତୁ – ଆପଣଙ୍କ Againstରେ ସେ ଅନ୍ୟକୁ କହିବାକୁ ପଛେଇବ ନାହିଁ ।.

ଅନୁଶାସନ ଜୀବନ କଟାନ୍ତୁ,
୧) ସକାଳ ୫ଟା ବ୍ରହ୍ମମୁହୂର୍ତ୍ତରେ ଉଠନ୍ତୁ l
୨) ଖାଲି ପେଟରେ ଗୋଟିଏ ଲିଟର
ଉଷୁମ ପାଣି ପିଅନ୍ତୁ ।
୩) ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖା’ନ୍ତୁ ।
୪) ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି
ଖା’ନ୍ତୁ ।
୫) ରାତ୍ରୀ ଭୋଜନରେ ଅଧା ପେଟ ଖା’ନ୍ତୁ ।
୬) ସକାଳେ,ଦି ପହରେ ଓ ରାତିରେ ଖାଇବାର
ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ।
୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ
ଗ୍ଲାସ ପାଣି ପିଅନ୍ତୁ
୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ
୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ
ପାଣି ପିଅନ୍ତୁ ।
୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍
ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ
ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେତେଲ
ଧିରେ ମାଲିସ୍ କରନ୍ତୁ,ତା’ପରେ ଆରାମରେ
ଶୋଇଯାନ୍ତୁ ।
୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା’ନ୍ତୁ
୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା’ନ୍ତୁ ।
୨ ରୁ ୩ ଥର ଲାଉ ଖା’ନ୍ତୁ ।
(କଲରା,ଅମୃତଭଣ୍ଡା ଓ ଲାଉର ପରିମାଣ ଅତି
କମରେ ଥରକୁ ୨୦୦ ଗ୍ରାମ ।
୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।
ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ ।
୧୩)ସକାଳେ ଗାଧୋଇଲା ବେଳେ,ପ୍ରଥମେ ଗୋଡଆଡୁ
ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ
ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
୧୪)ଦରକାର ନ ପଡିଲେ ଉପବାସ କରନ୍ତୁ ନାହିଁ,
କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
୧୫)ଲୋଭରେ କେବେବି ପେଟଭରି ଖିଆନ୍ତୁ ନାହିଁ।

ଏତିକି ମାତ୍ର ଟିକେ ପାଳନ
କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ
ହୋଇଯିବ,ଆପଣ କେବେବି ରୋଗରେ ଆକ୍ରାନ୍ତ
ହେବେନାହିଁ,ଆନନ୍ଦରେ ଜୀବନ କାଟିବେ ।

ଅଦ୍ୟ ଜାନୁଆରୀ ୨୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
ପୌଷମାସ-ଶୁକ୍ଳପକ୍ଷ
ତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୦୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଅାଦ୍ରା ରାତ୍ରି ଘ୦୩/୪୮ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ
ଚନ୍ଦ୍ର – ମିଥୁନ
ଯୋଗ-ଵୈଧୃତି
କରଣ-କୌଳବ
ସୌରମାସ -ମକର ୧୩ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୯
✧═════•❁❀❁•═════✧
ଯୋଗିନୀ ଦକ୍ଷିଣେ ରାତ୍ର ଘ ୦୧/୦୮ ଗତେ ପଶ୍ଚିମେ
କନ୍ୟା ରାଶିର ଘାତଚନ୍ଦ୍ର
ମକର ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═════✧
କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୪୫ ମଧ୍ୟେ
ବାରବେଳା – ଦିବା ଘ୦୭/୫୧ ଗତେ ଘ୦୯/୧୪ ମଧ୍ୟେ
✧═════•❁❀❁•════*
ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୧୪ ଗତେ ଘ୧୦/୩୬ ମଧ୍ୟେ ଓ ଘ୧୨/୦୧ ଗତେ ଘ୦୧/୧୯ ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୧୦/୩୮ ଗତେ ଘ ୧୨/୦୦ମଧ୍ୟେ ଓ ଘ୦୨/୪୬ ଗତେ ଘ୦୪/୦୯ ମଧ୍ୟେ
*✧═════•❁❀❁•═════
ଆଦ୍ୟ ବାଇଗଣ ରାତ୍ର ଘ୦୧/୦୮ ଗତେ ବିରି ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
✧═════•❁❀❁•═════✧

🌹ବୃଷ🌹👉
ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।

✧═════•❁❀❁•═════✧
🌹ମିଥୁନ🌹👉
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

✧═════•❁❀❁•═════✧
🌹କର୍କଟ🌹👉
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
✧═════•❁❀❁•═════✧

🌹ସିଂହ🌹👉
ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।

✧═════•❁❀❁•═════✧
🌹କନ୍ୟା🌹👉
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।

✧═════•❁❀❁•═════✧
🌹ତୁଳା🌹👉,
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।

✧═════•❁❀❁•═════✧
🌹ବିଛା🌹👉
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।

✧═════•❁❀❁•═════✧
🌹ଧନୁ🌹👉
କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।

✧═════•❁❀❁•═════✧
🌹ମକର🌹👉
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।

✧═════•❁❀❁•═════✧
🌹କୁମ୍ଭ🌹
*କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।*

✧═════•❁❀❁•═════✧
🌹ମୀନ🌹👉
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
✧═════•❁❀❁•═════✧

LEAVE A REPLY

Please enter your comment!
Please enter your name here