26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବିଭିନ୍ନ ସୂତ୍ରରୁ ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶ୍ୱସୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି ।

ବୃଷ : ସରକାରୀ ସ୍ତରରେ ସମ୍ମାନୀତ ହେବେ । ଅର୍ଥ ମିଳିବ । ରୋଜଗାର ମାର୍ଗ ଉନ୍ନତ ରହିଛି । ଶ୍ରମ ସାର୍ଥକ ହେବ । କୂଳ ଉଜ୍ଜଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଦୟାଳୁ ସ୍ୱଭାବର ହେବେ ।

ମିଥୁନ : ବ୍ୟବସାୟ ଲାଭଜନକ ହେବ । ଯଶ୍ୱସୀ ହେବେ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟଶାଳୀ ହୋଇପାରନ୍ତି ।

କର୍କଟ : ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ଧର୍ମକାର୍ଯ୍ୟ ପ୍ରତି ମନବଳାଇବେ । ଚିନ୍ତାମୁକ୍ତ ହୋଇପାରନ୍ତି । ସାମାନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିବେ ।

ସିଂହ : ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟୀ ଲାଭବାନ୍ ହେବାର ସୂଚନା ମିଳୁଛି । ଦୁର୍ଘଟଣାରୁ ରକ୍ଷା ପାଇଯିବେ । ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଉତଫୁଲ୍ଲିତ ହେବେ । ବ୍ୟବସାୟ ଲାଭଜନକ ହେବ ।

କନ୍ୟା : ସେବକ ମନୋବୃତିର ହୋଇପାରନ୍ତି । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ଚଳିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ । ବନ୍ଧୁଦେଶୀ ହେବେ । ଆଶା କରାଯାଏ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ । ଆୟ ବୃଦ୍ଧି ଯୋଗ ଅଛି ।

ବିଛା : ଚନ୍ଦ୍ରଙ୍କ ପ୍ରଭାବରୁ ମନ ଓ ଦେହ ବହୁତ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବଢ଼ିଯିବ । ଆଶା ସଫଳ ହେବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।

ଧନୁ : ବହୁଦିନର ବନ୍ଦ କାର୍ଯ୍ୟରେ ମନ ଦେଇ ପାରନ୍ତି । ଚାକିରୀରେ ପ୍ରାଧାନ୍ୟତା ବଢ଼ିବ । ବ୍ୟବସାୟରେ ଲାଭକ୍ଷତି ପ୍ରାୟ ସମାନ ହେବ। କାର୍ଯ୍ୟରେ ଶୃଙ୍ଖଳା ଦେଖାଦେବ ।

ମକର : ଆଜି ପାରିବାରିକ ଶାନ୍ତି ପାଇବେ । ପୈତୃକ ସମ୍ପତି ପାଇଁ ବିବାଦର ସମାଧାନ ହୋଇପାରେ । ଦ୍ରବ୍ୟାଦିଲାଭ କରିପାରନ୍ତି । ଶତ୍ରୁର ସମ୍ମୁଖିନ ହେବେ ।

କୁମ୍ଭ : ଆଜି ଅଯଥା ବ୍ୟୟଲାଭ ବଢ଼ିବ । ନୂଆ ବନ୍ଧୁ ସୃଷ୍ଟି ହୋଇପାରେ । ପରିସ୍ଥିତି ଆୟତଧିନ ହେବ । ପାରିବାରିକ ଗଣ୍ଡୋଗଳ ଉପୁଜିପାରେ । ଅତିଥିପାଇଁ ବ୍ୟସ୍ତ ରହିବେ ।

ମୀନ : ଧର୍ମ ପ୍ରତି ଆଗ୍ରହ ବଢ଼ିବ । ଚାକିରୀରେ ପଦୋନ୍ନତିର ସମ୍ଭାବନା ଅଛି । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା ଲାଭବାନ୍ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking