27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ପାରିବାରିକ ଜୀବନ ସୁଖ ସନ୍ତୋଷରେ ପୂର୍ଣ୍ଣ ହେବ । ଅଶ୍ୱିନୀ ନକ୍ଷତ୍ର କୃଷି ସମ୍ପଦରୁ ଲାଭବାନ୍ ହେବା ଆଶା ଅଛି । ରାଜନୀତି କ୍ଷେତ୍ରରେ ଅଗ୍ରସର ହେବା ଜଣାଯାଏ । ଚାକିରୀ କ୍ଷେତ୍ରରେ ସବୁ କିଛି ଠିକ ଠାକ୍ ରହିବ । ମହିଳାମାନେ ସନ୍ତାନର କୃତିତ୍ୱରେ ଖୁସି ହେବେ।
ବୃଷ : କୃତୀକା ନକ୍ଷତ୍ର ହେତୁ ଶାରୀରିକ ସ୍ତରରେ ସକରାତ୍ମକ ଭାବନା ବୃଦ୍ଧି ପାଇବ । ଆର୍ଥିକ ସମସ୍ୟା ହେତୁ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ଅପମାନ ପାଇପାରନ୍ତି । କାର୍ଯ୍ୟ ବ୍ୟସ୍ତତା କାରଣରୁ ଆପଣ ପରିବାର ପାଇଁ ଅଧିକ ସମୟ ଦେଇ ପାରିବେ ନାହିଁ ।
ମିଥୁନ : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣ ନୂତନ ଚିନ୍ତାଧାରା ପ୍ରୟୋଗ କରି ପ୍ରଶଂସିତ ହେହବେ । ମୃଗଶୀର ନକ୍ଷତ୍ର ହେତୁ ପାରିବାରିକ ସମ୍ପତି ଉପରେ ଗଣ୍ଡଗୋଳ ହୋଇପାରେ । ମହିଳାମାନେ ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ସମାନ୍ୟ ଚିତିନ୍ତ ରହିବେ ।
କର୍କଟ : ଆପଣ କରୁଥିବା କାର୍ଯ୍ୟରେ ସଫଳ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟସାୟରେ ଲାଭବାନ୍ ହେବେ । ନିଜର ସ୍ଥିରତା ବଜାୟ ରଖନ୍ତୁ । ଦେହ ଓ ମନ ଭଲ ରହିବ । ବିଦ୍ୟାର୍ଥୀମାନେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ ।
ସିଂହ : ପାରିବାରିକ ଜୀବନ ତଥା ସ୍ୱାସ୍ଥ୍ୟ ଭଲ ରହିବ । ଉପରିସ୍ଥ ଅଧିକାରୀ ଆପଣଙ୍କୁ ହଇରାଣ କରିବେ । ଶରୀର ସୁସ୍ଥ ରହିବ । ଯଦି କେହି ଆପଣଙ୍କୁ ଭଲ ଲାଗୁ ଥାଆନ୍ତି, ତେବେ ଆପଣଙ୍କ ଭାବନାକୁ ତାଙ୍କ ନିକଟରେ ପ୍ରକାଶ କରିବାର ଏହା ହେଉଛି ପ୍ରକୃଷ୍ଠ ସମୟ ।
କନ୍ୟା : ଆଜି ହଠାତ୍ ବନ୍ଧୁ ସହଯୋଗ ପାଇ ପଦୋନ୍ନତି ହୋଇପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । ପାରିବାରିକ ଜୀବନରେ କିଛିଟା ମତାନ୍ତର ହେବାର ସମ୍ଭାବନା ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି ।
ତୁଳା : ଜଗିରଖି ଖର୍ଚ୍ଚ କରନ୍ତୁ । ନିଜର ଉପରେ ନିୟନ୍ତ୍ରଣ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ । ଆପଣ ପ୍ରତିଯୋଗିତାରେ ଅଶଂଗ୍ରହଣ କରିପାରନ୍ତି । ବ୍ୟବସାୟରେ ବନ୍ଧୁ ସାହାଯ୍ୟ ମିଳିବ । ଦେହ, ମନ ଓ ସ୍ୱାସ୍ଥ୍ୟ ମଧ୍ୟମ ରହିବ ।
ବିଛା : ଆଜି ମନ ଭଲ ରହିବ ନାହିଁ । ଅନୁରାଧା ନକ୍ଷତ୍ର ଯୋଗୁ ଗଣ୍ଡଗୋଳ ଦେଖାଦେବ । ଶରୀର ଅସୁସ୍ଥ ରହିବ । ନିଜର ଧୌର୍ଯ୍ୟ ହେତୁ ଆତ୍ମବିଶ୍ୱାସ ବଢ଼ିବ । ସମସ୍ୟାକୁ ଆପଣ କିଛି ଅଂଶରେ ଏଡ଼ାଇ ଦେଇପାରିବେ । ନିଜର କର୍ମକ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ ।
ଧନୁ : ଆପଣ ନୂତନ କର୍ମନିଯୁକ୍ତି ପାଇପାରନ୍ତି । ପୂର୍ବବର୍ଷର ଅଭିଜ୍ଞତାରୁ ଆପଣ ଏବର୍ଷ ଅର୍ଥ ରୋଜଗାର ପାଇଁ ଯୋଜନା ପ୍ରସ୍ତୁତ କରିବେ । ପରିବାରକୁ ସବୁଦିଗରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆପଣ ଚିତିନ୍ତ ରହିବେ । ଶାରୀରିକ ସୁସ୍ଥ ରହିବ ।
ମକର : ଶ୍ରବଣା ନକ୍ଷତ୍ର ପ୍ରିୟଜନଙ୍କ ସହିତ ସୁକାର୍ଯ୍ୟ କରିପାରନ୍ତି । ଆଜି ଦିନଟି ଖୁବ୍ ଆନନ୍ଦ ଉଲ୍ଲାସର ସହିତ କଟିବ । ଦେହ, ମନ ଓ ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନେ ସନ୍ତାନ ସନ୍ତିତଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି ।
କୁମ୍ଭ : ଶାରୀରିକ କଷ୍ଟରୁ ମୁକ୍ତି ପାଇପାରନ୍ତି । କର୍ମକ୍ଷେତ୍ରରେ ବନ୍ଧୁ ସାହାଯ୍ୟର ସମ୍ମାନୀତ ହେବେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ଓ ନିଜ ଉପରେ ନିୟନ୍ତ୍ରଣ ରଖିବା ବୁଦ୍ଧିମାନ କାମ ହେବ ।
ମୀନ : ପରିବାରକୁ ଖୁସିରେ ରଖିବା ପାଇଁ ଆପଣଙ୍କୁ କିଛି କରିବରାକୁ ପଡ଼ିବ । ପ୍ରକୃତ ସମୟରେ ମୂଲ୍ୟ ଉପଯୋଗ କରନ୍ତୁ । ସକରାତ୍ମକ ମନୋଭାବ ପୋଷଣ କରନ୍ତୁ । ଏଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking