31.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ । ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ଲାଭ କରିପାରନ୍ତି । ଆୟ ଉତମ ହେବ । ଭାତୃ ବିବାଦ ଲାଗି ରହିବ ।
ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦର ଉତ୍ସବ ବଢ଼ିବ । ଭୋଜନାଦିରୁ ତୃପ୍ତି ମିଳିବ । ଅର୍ଥଲାଭ ହେବେ । ଦେହ ଭଲ ରହିବ । ଯଶ ବୃଦ୍ଧି ହେବ ଏବଂ ସାହାଯ୍ୟ ମିଳିବ
ମିଥୁନ : ଆଜି ବ୍ୟବସାୟରେ ପଛେଇବେ । ନିଷ୍ଠାର ସହ କାର୍ଯ୍ୟ କରିବେ । ପରିବାର ପାଇଁ ଚିନ୍ତା ହେବ । ଆଶାବାଦୀ ହେବ । ଅର୍ଥଭାବ ଦେଖାଦେବ । ବ୍ୟସ୍ତତା ବଢ଼ିବାକୁ ଲାଗିବ ।
କର୍କଟ : ଯୋଜନାରେ ମନ ବଳିବ । ସୁଯୋଗ ହସ୍ତଗତ ହେବ । ଉଦ୍ୟମ ବୃଥା ହେବ । ଅଶାନ୍ତି ବ୍ୟାପକ ହେବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଆଶଙ୍କା ଦୂରେଇଯିବ । କାର୍ଯ୍ୟରେ ଆନନ୍ଦ ମିଳିବ ।
ସିଂହ : ପରିବେଶରେ ଉନ୍ନତି ଘଟିବ ପରିହାସରୁ ଦ୍ୱନ୍ଦ ଉପୁଜିବ । ପ୍ରିୟ ଲୋକଙ୍କ ସହ ବିଚ୍ଛେଦ ଘଟିପାରେ । କାର୍ଯ୍ୟରେ ପ୍ରମାଦ ଘଟିବ । ସତର୍କତା ଆବଶ୍ୟକ । ଅର୍ଥ ବିନିଯୋଗ କରିପାରନ୍ତି ।
କନ୍ୟା : ହଠାତ ଆଜି ସାହାଯ୍ୟ ମିଳିପାରେ । ଅଭାବ ଦୂରେଇ ଯିବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଦୁର୍ଘଟଣା ଘଟିପାରେ । ଅଭାବ ମେଂଟାଇ ପାରିବେ ।
ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ । ମନ ମଜବୁତ୍ କରିବେ । ଅନ୍ୟର ନିୟନ୍ତ୍ରଣରେ ରହିବେ । ବାଧ୍ୟହୋଇ ଅକାର୍ଯ୍ୟ କରିବେ । ବ୍ୟୟ ବଢ଼ିବାକୁ ଲାଗିବ । କୌଣସି କାର୍ଯ୍ୟରେ ତୃଟି ଘଟିବ ।
ତୁଳା : ନୂତନ ରୋଜଗାର ଶୁଭାରମ୍ଭ ହେବ । ବନ୍ଧୁ ସହଯୋଗ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ମାନସମ୍ମାନ ବୃଦ୍ଧି ପାଇବ । ପାରବାରିକ ସୁଖ ବୃଦ୍ଧି ପାଇବ ।
ବିଛା : କର୍ମ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ମାନସିକ ଶାନ୍ତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ।
ଧନୁ : ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଲାଭ ବାନ ହେବେ । ଆକସ୍ମିକ ଧନ ଲାଭ ହେବ । ବନ୍ଧୁ ସହଯୋଗ ମିଳିବ ।
ମକର : ଆଜି ରୋଜଗାରରେ ସଫଳତା ମିଳିବ । ଗୃହ ନିର୍ମାଣର ସୁଯୋଗ ଆସିବ । ପରିବାର ଲୋକଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ହେବ ।
କୁମ୍ଭ : କର୍ମ କ୍ଷେତ୍ରରେ ଅସୁବିଧା ଦେଖାଯିବ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଭଲ ରହିବ ନାହିଁ । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ ।
ମୀନ:ପରିଶ୍ରମ ଓ ପ୍ରଚେଷ୍ଟା ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଦୈନଦିନ ରୋଜଗାରରେ ସଫଳତା ମିଳିବ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking