27.8 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବାକି ରହିଥିବା କାମ ହୋଇଯିବାର ଆଶା ଅଛି । କର୍ମକ୍ଷେତ୍ରରେ ଉନ୍ନତି ଦେଖାଯିବ । ବ୍ୟବସାୟରେ ସାମାନ୍ୟ ଅଶାନ୍ତି ଦେଖାଯିବ । ଅର୍ଥ ଖର୍ଚ୍ଚ ହେବ ।
ବୃଷ : ଆଜି ସତର୍କ ହେବେ । ନଚେତ୍ ଅଜଣା ବ୍ୟକ୍ତିଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଯିବେ । ମାନସିକ ଦ୍ୱନ୍ଦରୁ ମୁକ୍ତି ପାଇପାରନ୍ତି । କର୍ମକ୍ଷେତ୍ରରେ କ୍ଷତି ସହିବାକୁ ହେବ ।
ମିଥୁନ : ଅଜଥା ଅଶାନ୍ତି ତଥା କ୍ଷୟକ୍ଷତିର ସୂଚନା ମିଳୁଛି । ପ୍ରତ୍ୟକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିନପାରେ ।
କର୍କଟ : ଆୟ ହେବାର ସୂଚନା ମିଳୁଛି । କିନ୍ତୁ ଅତ୍ୟଧିକ ଖର୍ଚ୍ଚର ଆଶଙ୍କା ଅଛି । ମାନସିକ ଚିନ୍ତାରେ ଭାରସାମ୍ୟ ହରାଇପାରନ୍ତି । ବ୍ୟବସାୟ ତଥା କର୍ମକ୍ଷେତ୍ରରେ ସହଯୋଗ ପାଇପାରନ୍ତି ।
ସିଂହ : ଶାରୀରିକ ଅସୁସ୍ଥତା ଦେଖାଦେବ । ଖର୍ଚ୍ଚଭାର ଅତ୍ୟଧିକ ବୃଦ୍ଧି ପାଇବ । ଯେତେ ପାରନ୍ତୁ ନିଜକୁ ସଞ୍ଜମ କରନ୍ତୁ । ମହିଳାମାନେ ସତର୍କ ରହିବା ଆବଶ୍ୟକ ।
କନ୍ୟା : ଅର୍ଥଲାଭ ସଂଗେ ବନ୍ଧୁ ସହଯୋଗ ପାଇ ଉପକୃତ ହେବେ । ମାନସିକ ଚିନ୍ତାରେ ମୁକ୍ତି ପାଇପାରିବେ । ବ୍ୟବସାୟ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଖୁସି ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ଛାତ୍ର ଚିନ୍ତାରେ ଖୁବ୍ ଚିନ୍ତିତ ରହିବେ ।
ତୁଳା : ହଠାତ୍ କୌଣସି କ୍ଷେତ୍ରରେ ଅପଯଶ ପାଇପାରନ୍ତି । ଚୋରୀ ଭୟ ଅଛି । ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କ୍ଷତିର ସୂଚନା ମିଳୁଛି ।
ବିଛା : କୌଣସି ଆର୍ଥିକ ଲାଭରେ ଖୁସି ହେବେ । ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ । ବନ୍ଧୁ ସହଯୋଗ ପାଇବେ । ମହିଳାମାନେ ପତି ଯତ୍ନ ନେବେ ।
ଧନୁ : ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଯିବ । କୌଣସି କ୍ଷେତ୍ରରୁ ତାଡ଼ନା ଶୁଣିପାରନ୍ତି । ମାନସିକ ଦୁଃଶ୍ଚିନ୍ତାରେ ବିବ୍ରତ ହେବେ । ମହିଳାମାନେ ଧର୍ମକାର୍ଯ୍ୟ ପ୍ରତି ମନବଳାଇବେ ।
ମକର : ଶାରୀରିକ ଅସୁସ୍ଥତା ପ୍ରତି ଯତ୍ନବାନ୍ ହେବେ । ଆର୍ଥିକ ପରିସ୍ଥିତି ଜଟିଳ ହେବ । ସମ୍ମାନ ହାନିର ସୂଚନା ମିଳୁଛି । କର୍ମକ୍ଷେତ୍ର ଓ ମାଲିମୋକଦ୍ଦମାରେ ବିଜୟୀ ହେବେ ।
କୁମ୍ଭ : ସୁଯୋଗ ଆସୁ ଆସୁ ବ୍ୟର୍ଥ ହୋଇପାରେ । ମନ୍ଧୁ ମତାନ୍ତର ଘଟିବାର ଆଶଙ୍କା ଅଛି । କୌଣସି କ୍ଷେତ୍ରରେ ଆର୍ଥିକ ବ୍ୟୟ ହୋଇପାରେ ।
ମୀନ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ମାନସିକ ସ୍ତରରେ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ବହନ କରିବେ । ପଦୋନ୍ନତି ହୋଇପାରେ । ବାକି ବକେୟା ପାଇବା ସୁବିଧା ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking