30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ନଷ୍ଟ ହୋଇଥିବା ଜିନିଷ ପାଇବାର ଆଶା ଅଛି । କୌଣସି କାର୍ଯ୍ୟରେ ମନଦେବେ । ଆର୍ଥିକ ଅବସ୍ଥା ସୁଧୁରି ଯାଇପାରେ ।

ବୃଷ : ଆଜି ବନ୍ଧୁ ସହିତ ମନମାଳିନ୍ୟ ଘଟିପାରେ । ଅସହଯୋଗ ପାଇଁ ମନଦୁଃଖ ହେବ । ନୂତନ ବନ୍ଧୁ ଦର୍ଶନ ମିଳିପାରେ । ଆୟ ଉତମ ହେବ । ଭାତୃ ବିବାଦରେ ପଡ଼ିପାରନ୍ତି ।

ମିଥୁନ : ଆଜି ଆନନ୍ଦ ଉତ୍ସବ ବଢ଼ିବ । ବ୍ୟବସାୟରେ ପଛାଇବେ । ମାନିସକ ଉଦ୍‌ବେଗ ବଢ଼ିବ । ଧର୍ମକାର୍ଯ୍ୟରେ ମନଦେବେ । ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ । ଦିନ ସାରା ବ୍ୟସ୍ତ ରହିବେ ।

କର୍କଟ : ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । କାର୍ଯ୍ୟ ସଫଳ ହେବ । ବନ୍ଧୁ ସହ ନୂତନ ସମ୍ପର୍କ ବୃଦ୍ଧି ପାଇପାରେ । ଆୟ ବୃଦ୍ଧି ପାଇଁ ଯୋଜନା କରିବେ । ଭାତୃ ବିବାଦରେ ପଡ଼ିପାରନ୍ତି ।

ସିଂହ : ବ୍ୟବସାୟରେ ଲାଭ ବଢ଼ିବ । ଅଭାବ ଏଡ଼ାଇ ଯିବ । ବନ୍ଧୁ ମେଳରେ ଅପ୍ରିୟ ହେବେ । ମୋହରେ ପଡ଼ି ଅପଦସ୍ତ ହୋଇପାରନ୍ତି। ବୃଥାରେ କ୍ଷତି ସହିବେ । ହଠାତ୍ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ।

କନ୍ୟା : ଆଜି ମନ ଅସ୍ଥିର ରହିବ । କ୍ଳାନ୍ତ ଓ ଅବସନ୍ନ ରହିବେ । ହଠାତ୍ ଗୃହରେ ଝାମଲା ଦେଖାଯିବ । ମା’ଙ୍କ ମନରେ ଆଘାତ୍ ଦେଇପାରନ୍ତି ।

ତୁଳା : ଯେକୌଣସି କାର୍ଯ୍ୟରେ ଆଶାବାଦୀ ହେବେ । ବନ୍ଧୁ ସହଯୋଗ ମିଳିବ । ବ୍ୟସ୍ତ ରହିବେ । ଶରୀରରେ ଆଘାତ ଲାଗିପାରେ । କାର୍ଯ୍ୟରେ ଉଦ୍‌ବେଗ ବଢ଼ିବ ।

ବିଛା : ସକାଳୁ ସକାଳୁ ସୁ-ସମ୍ବାଦ ପାଇବେ । ସତର୍କତାର ସହ କାର୍ଯ୍ୟ କରନ୍ତୁ । ମାନସିକ ଶାନ୍ତି ହରାଇବେ । ପ୍ରିୟ ବ୍ୟକ୍ତି ସହ ମତାନ୍ତର ଦେଖାଯିବ । ଯାତ୍ରାରେ ବିଘ୍ନ ଘଟିପାରେ । ଅଜଣା ରୋଗରେ ପୀଡ଼ିତ ହେବେ ।

ଧନୁ : ଆଜି ଧନ ହେତୁ ସୁଖ ମିଳିବ । କୌଣସି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିବେ । ଗୃହ କାର୍ଯ୍ୟରେ ମନଦେବେ । ଅତିଥି ସତ୍କାର କରିପାରନ୍ତି । କାର୍ଯ୍ୟ କରି ସନ୍ତୋଷ ହେବେ ।

ମକର : ଆଜି ପୈତୃକ ସମ୍ପତିକୁ ନେଇ ଆଶନ୍ତି ଉପୁଜିବ । ଆତ୍ମୟମାନଙ୍କୁ ଦେଖା କରିପାରନ୍ତି । କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ ।

କୁମ୍ଭ : ମନରେ ଆନନ୍ଦ ପାଇବେ । ଅର୍ଥଭାବରୁ ଶାନ୍ତି ପାଇବେ । ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି । ବନ୍ଧୁ ସହଯୋଗ ମିଳିପାରେ । କାର୍ଯ୍ୟରେ ଆନନ୍ଦ ପାଇବେ । ଚୋରି ଦ୍ରବ୍ୟର ସନ୍ଧାନ ମିଳିବ ।

ମୀନ : ଆଜି ସତସଙ୍ଗରେ ଯୋଗ ଦେଇ ଖୁସି ହେବେ । ଆଲୋଚନାରୁ ଉପକାର ମିଳିବ । କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛିି । ଦେହ ଭଲ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking