27.8 C
Bhubaneswar
Thursday, April 18, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ପରିବର୍ତନ ଦେଖାଦେବ । ପରିସ୍ଥିତିରେ କାମ ହାସଲ ହେବା କାରଣରୁ ମନ ଖୁସି ହୋଇଯିବ । ଆଲୋଚନା ସଭାରେ ଭାବ ପ୍ରବଣତାରେ ଭାସି ଯାଇ ଏଣୁ ତେଣୁ କହିବା ସମସ୍ୟାର କାରଣ ହେବ । ଅଟକ ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ । ଦେଖିବେ ସବୁ ଠିକ୍ ହୋଇଯିବ ।

ବୃଷ : କାର୍ଯ୍ୟ ପରୀକ୍ଷଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ ହୋଇପାରେ । ସତର୍କ ରହିବା ଭଲ ହେବ । ପାରିବାରିକ ସମସ୍ୟା ଦେଖାଦେବ । ଯାନବାହନ ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ । ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ କ୍ଷତିରେ ପଡ଼ିପାରନ୍ତି ।

ମିଥୁନ : ଆଜି ପ୍ରତ୍ୟେକ କାମରେ ପ୍ରତିବନ୍ଧକ ଦେଖାଦେବ । ଆଖି ସାମ୍ମାନାରେ ରଖିଥିବା ଦ୍ରବ୍ୟଟି ଚୋରି ହୋଇଯିବ । କାର୍ଯ୍ୟରେ ତ୍ରୁଟି ଦେଖାଦେବ । ପାରିବାରିକ ଶାନ୍ତି ମିଳିବ ନାହିଁ । କୌଣସି ପରିସ୍ଥିତିରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଯାହାକି ଆପଣଙ୍କ କାମକୁ ଆସିବ ।

କର୍କଟ : କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ଅନ୍ୟମନସ୍କ ଜନିତ କୌଣସି ଜିନିଷ ହଜିଯାଇପାରେ । ମହିଳାମାନେ ଭ୍ରମଣ ହେତୁ କ୍ଲାନ୍ତ ଅନୁଭବ କରିବେ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ମନ ଦେବେ । ଅନ୍ୟକୁ ସାହାଯ୍ୟ କରିବେ ।

ସିଂହ : ନିଷ୍ଠା ମନୋଭାବ ନେଇ କାମ କଲେ ସବୁ ପ୍ରକାର ସାହାଯ୍ୟ ସୁବିଧା ପାଇବେ । ସବୁ ସମୟରେ ପାଖରେ ରହୁଥିବା କୌଣସି ବ୍ୟକ୍ତିଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ । ମହିଳାମାନେ ବନ୍ଧୁଙ୍କ ଆସିବା ବାଟକୁ ଚାହିଁ ବସିବେ ।

କନ୍ୟା : ଆଜିର ଦିନଟି ଆପଣଙ୍କର ଆଶା ପୂରଣ ହେବ । କ୍ରୀଡ଼ା ସାହିତ୍ୟ ଓ ସମ୍ବାଦିକତା ଚଳଚିତ୍ରରେ ସମସ୍ୟାର ସମାଧାନ ହୋଇଯିବ । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୋଇପଡ଼ିବେ ।

ତୁଳା : ବିଭିନ୍ନ ପ୍ରକାର ସମସ୍ୟା ମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ମନୋହରି ପୋଷଣ କରି କ୍ଷତିରେ ପଡ଼ିବେ । ଦିନକୁ ଦିନ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଥିବା କାରଣରୁ ଚିନ୍ତା ବଢ଼ିଯିବ । ମହିଳାମାନେ ବାନ୍ଧବୀଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିବେ ।

ବିଛା : ବହୁତ ଦିନ ପରେ ନିଜ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ କାମ ହାସଲ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଧାରକରଜ କରି ଚଳିପାରନ୍ତି ।

ଧନୁ : ଆଜି ଦିନକ ଭିତରେ ଯାହା କରିବା ପାଇଁ ଯାଉଛନ୍ତି ଓ ଯେମିତି ଭାବୁଛନ୍ତି ସେପରି କରନ୍ତୁ କିଛି ଅସୁବିଧା ହେବ ନାହିଁ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ । ପିଲାମାନଙ୍କୁ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି ।

ମକର : ଆଜି ଭାବପ୍ରବଣାତା ବଶତଃ ବନ୍ଧୁଙ୍କ ସମ୍ମୁଖରେ ଭିନ୍ନ ପ୍ରକାରର କଥା କହି ଅପଦସ୍ତ ହୋଇପାରନ୍ତି । ବଡ଼ ଭାଇଙ୍କ ସ୍ୱାସ୍ଥ୍ୟ ଓ ସମ୍ପର୍କୀୟ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । ମହିଳାମାନେ କର୍ମକ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବ ।

କୁମ୍ଭ : ସକାଳୁ ସକାଳୁ ବନ୍ଧୁଙ୍କ ସହ ମନ ମାଳିନ୍ୟ ହୋଇପାରେ । ଅଭିଳାସ ପୂରଣ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ପଡ଼ିପାରେ । ଅର୍ଥ ପାଇବା ପାଇଁ ଅନ୍ୟର ସ୍ୱଭାବ ହୋଇପାରନ୍ତି । ବେପାର ଭଲ ଚାଲିବ ଓ ଲାଭବାନ ଅବଶ୍ୟ ହୋଇପାରନ୍ତି । ମହିଳାମାନେ ପାରିବାରିକ ସମସ୍ୟା ସମାଧାନର ସଫଳତା ପାଇବେ ।

ମୀନ : ଆଜି ବେପାର ବୃତିରେ ପ୍ରଗତି କରିବେ । ସମାଜରେ ଆଦର ସମ୍ମାନ ପାଇବେ । ଜୀବନ ସାଥି ଆପଣଙ୍କୁ ଉତ୍ସାହିତ କରିବେ । ନିଜର ବସ୍ତ୍ର ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଖୁବ୍ ଭଲ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking