34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବ୍ୟବସାୟରେ ବହୁତ ଲାଭ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ବନ୍ଧୁମିଳନ ଯୋଗ ଅଛି । ସ୍ୱାସ୍ଥ୍ୟ ଠିକ୍ ରହିବ । ପରିବାରରେ ଶାନ୍ତି ବଜାୟ ରଖିବେ ।
ବୃଷ : ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖାଦେବ । ଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଭୋଗବିଳାସରେ ସମୟ ଅତିବାହିତ କରିବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ । ମହିଳାମାନେ ମାଲିମୋକଦ୍ଦମାରେ ଜୟଯୁକ୍ତ କରିବେ ।
ମିଥୁନ : ଅଭାବ ଅନଟନ ଦୂରେଇ ଯିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଇର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନି ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଚନ୍ଦ୍ରଙ୍କ ଯୋଗ ହେତୁ ସତର୍କତା ଅବଲମ୍ବନ କରନ୍ତୁ ।
କର୍କଟ : ବହୁଦିନର ସାନ୍ନିଧ୍ୟ ମିଳିବ । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିୟୋଜିତ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ ।
ସିଂହ : ଆଜି ମୂଲ୍ୟବାନ୍ ଦ୍ରବ୍ୟ ହସ୍ତଗତ ହେବେ । ଭୋଗ ବିଳାସରେ ଦିନଟି ଅତିବାହିତ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳଶାଳୀ ହେବେ । ଶତ୍ରୁହନ୍ତା ହେବାର ସୂଚନା ମିଳୁଛି ।
କନ୍ୟା : ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ଚଂଚଳ ପ୍ରକୃତିର ହେବେ । ହଠାତ୍ ଧନ ମିଳିବାର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହୋଇପାରେ । ପରିବାରରେ ଶାନ୍ତି ବଜାୟ ରହିବ ।
ତୁଳା : କର୍ମକ୍ଷେତ୍ରରେ ଅଶାନ୍ତି ଅନୁଭବ କରିପାରନ୍ତି । ଭଲ ସ୍ୱଭାବର ହେବେ । ଦିନ ଦାରିଦ୍ର‌୍ୟମାନଙ୍କୁ ଦାନ ଦେଇ ଆତ୍ମତୃପ୍ତି ଲାଭ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କ୍ଷେତ୍ରରେ ତ୍ୱରାନ୍ୱିତ କରିପାରନ୍ତି । ବୁଦ୍ଧିମାନ୍ ହେବେ ।
ବିଛା : ନୂତନ ନିଯୁକ୍ତି ଓ କର୍ମଲାଭ ବହନ କରି ତଟର ସୁପରିଚାଳନା କରିବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା ଓ କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହାସୀ ହେବେ । ବିବାଦରେ ବିଜୟୀ ହେବେ ।
ଧନୁ : ଆୟ ଆଶାନୁରୂପ ହେବ । ଆଶାବାଦୀ ହେବେ । ସୌଭାଗ୍ୟଶାଳୀ ହେବେ । ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତି ବଜାୟ ରଖିବେ । ଉଦାର ପ୍ରେମୀ ହେବେ ।
ମକର : ନୂତନ ଆୟ ମାର୍ଗ ଉନ୍ମକ୍ତ ହେବ । ଚନ୍ଦ୍ରଙ୍କ ଭୋଗ ହେଉଥିବାରୁ ସୁସ୍ୱାଦ ଭୋଜନ କରିବେ । ବଳବାନ୍ ହେବେ । ସ୍ୱଦେଶଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ ହେବ ।
କୁମ୍ଭ : ଅଭାବ ପୂରଣ ହେବ । ନୈରାଶ ଭାବ ଦୂରେଇ ଯିବ । ଚଂଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ । ଚଂଚଳ କଥାରେ କାର୍ଯ୍ୟ ହାସଲ କରିବେ ।
ମୀନ : ପ୍ରିୟ ଲୋକଙ୍କ ସମାଗମ ହୋଇପାରେ । ସୁଖ ସମ୍ମାନ ଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଯଶସ୍ୱୀ ହେବେ । ଲୋକପ୍ରିୟ ଅର୍ଜନ କରିବେ । ଚଂଚଳ ପ୍ରକୃତିର ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking