27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଆର୍ଥିକ ଅଭାବ ରହିବ ନାହିଁ । ତ୍ୟାଗଶୀଳ ନିଶ୍ଚିନ୍ତ ହେବେ । ଧନଯୁକ୍ତ ହୋଇପାରନ୍ତି। ଚଂଚଳାମନା ହେବେ । କୀର୍ତିମାନ ହେବେ ।
ବୃଷ : ଆଜି ରୋଜଗାର ଆଶାନୁରୂପ ହେବ । ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ମିଥୁନ : ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ବିବ୍ରତ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଗୃହରେ ଶୁଭମାଙ୍ଗଲ୍ୟ କାର୍ଯ୍ୟ ହୋଇପାରେ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି ।
କର୍କଟ : ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ମର୍ଯ୍ୟାଦା ପ୍ରାପ୍ତ ହେବେ । ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ସବୁକିଛି ମିଳିବ । ମନ ପ୍ରସନ୍ନ ରହିବ ।
ସିଂହ : ଆଜି କର୍ମ ଅନୁସାରେ ଫଳପ୍ରାପ୍ତି ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ପାଇବେ । ଧନ ଯନ ଗୋପ ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବ । ସରକାରୀ ଅର୍ଥମିଳିବ । ଉତମ ଗୁଣର ଅଧିକାରୀ ହେବେ ।
କନ୍ୟା : ଭାଗ୍ୟର ପରିବର୍ତନ ଘଟିବ । ଅର୍ଥ ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ବିଳାସ ବ୍ୟସନ କରିପାରନ୍ତି । ଉଦ୍ୟୋଗୀ ହେବେ ।
ତୁଳା : ଆବଶ୍ୟକ ସାହାଯ୍ୟ ମିଳିବ । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ବ୍ୟବସାୟରୁ ଲାଭ ମିଳିବ । ଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ସଂଙ୍କଟର ସମ୍ମୁଖିନ ହେବେ । ଯାନବାହନରେ ସତର୍କ ରହିବେ ।
ବିଛା : ଧନ ସମ୍ପଦ ବୃଦ୍ଧି ପାଇବ । ଚନ୍ଦ୍ର ଭୋଗ ହେଉଥିବାରୁ ଗୃହ କାର୍ଯ୍ୟରୁ ବିରତ ହେବେ । ବନ୍ଧୁ ସହାୟତା ପାଇ ଆସ୍ୱସ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ଧନୁ : ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି । ସତଚିନ୍ତା ଧାରା ନେଇ କାର୍ଯ୍ୟ ସଂପାଦାନ କରିବେ । ସତସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସା ପାଇବେ । ସୁସ୍ଥ ଓ ନିରାମୟ ରହିବେ ।
ମକର : ଶତ୍ରୁତାରୁ ଉଦ୍ଧୁରି ଯାଇପାରନ୍ତି । ଯୁକ୍ତି ତର୍କରେ ଭାଗ ନେଇ ନିରବ ଭାବ ପଦର୍ଶନ କରିପାରନ୍ତି । ସ୍ଥିତି ଠିକ୍ ରହିବ । ଚିନ୍ତାଧାରା ବିକ୍ଷପ୍ତ ହୋଇପାରେ । ଶରୀର ସୁସ୍ଥ ରହିବ । ବଳଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ ।
କୁମ୍ଭ : କାର୍ଯ୍ୟରେ ନୂଆ ଚିନ୍ତା ଧାରା ପ୍ରୟୋଗ କରିପାରନ୍ତି । ଉତମ ଭୋଜନରେ ଆପାୟିତ ହେବେ । ସର୍ବସୌଖୀ ଲାଭ କରିପାରନ୍ତି । ନୀତିଜ୍ଞ ବିଚକ୍ଷଣ ହେବେ । ବିଦ୍ୟା ରୂପକ ମହାଧନ ଅର୍ଜନ କରିବାର ପରିପ୍ରକାଶ ଘଟାଇ ପାରନ୍ତି । ଶତ୍ରୁବିନାଶ କରିପାରନ୍ତି ।
ମୀନ : ସମ୍ମାନୀତ ହୋଇପାରନ୍ତି । ଶୁଭ ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ମନ ପ୍ରସନ୍ନ ରହିବ । କାର୍ଯ୍ୟକ୍ଷେତ୍ର ଉତ୍ସାହବୋଧ ହୋଇପାରେ । ସୁଖ ମିଳିବ । ପ୍ରୀତି ଭୋଜନରେ ଆପାୟିତ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking