32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା….

ମେଷ : କୂଳ ଉଜ୍ଜଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବେ । ଯଶ୍ୱସୀ ଅର୍ଜନ କରିପାରିବେ ।

ବୃଷ : ଦକ୍ଷତାର ଉପଯୋଗ କରିପାରନ୍ତି । ଆଳସ୍ୟ ପରାୟଣ ହେବେ । ତଥାପି ହସ ଖୁସିରେ ସମୟ ଅତିବାହିତ କରିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ବୁଡ଼ି ରହିବେ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ ।

ମିଥୁନ : କୃଷି କ୍ଷେତ୍ର ଲାଭଜନକ ହେବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟରେ ଲାଭଜନକ ହେବ । ମିତ୍ରମାନେ ସାହାଯ୍ୟ ପରିବର୍ତେ କରଛଡ଼ା ଦେବେ । ଚନ୍ଦ୍ରଭୋଗ ହେତୁ ସତର୍କତା ସହ ଚଳନ୍ତୁ ।

କର୍କଟ : ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ପ୍ରତି ମନ ବଳାଇବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ମିଳିବ ।

ସିଂହ : ଆଜି ଚନ୍ଦ୍ର ଭୋଗ ହେତୁ ସତର୍କତା ସହ ଚଳିବାକୁ ପଡ଼ିପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ। ଦ୍ରବ୍ୟ ନଷ୍ଟ ହୋଇପାରେ । ଆର୍ଥିକ ସମସ୍ୟା ଦେଖାଦେବ । ଜ୍ଞାନୀ ହେବେ ।

କନ୍ୟା : ଚାହୁଁଥିବା ସାହାଯ୍ୟ ମିଳିବ । ଆଲୋଚନା ମଧ୍ୟରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଂଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନ ଲାଭର ଯୋଗ ଅଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ସୁଖୀ ହେବେ ।

ତୁଳା : ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ । ସୁଖୀ ହେବେ । ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ । କୃଷି ଉପରେ ଦୃଷ୍ଟି ଦେବେ । ବୁଦ୍ଧିମାନ୍ ହେବେ ।

ବିଛା : ଭ୍ରମଣ ଯୋଗ ଅଛି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆର୍ଥିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା, କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି ।

ଧନୁ : କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ହେବ । ପରମ ଭାଗ୍ୟଶାଳୀ ହେବେ । ସ୍ୱଭାବ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ପରଦେଶବାସୀ , ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ସ୍ୱଭାବର ହେବେ ।

ମକର : ନିଜେ ନିଜକୁ ସାନ୍ତ୍ୱନା ଦେବେ । ଚନ୍ଦ୍ର ଭୋଗ ରହିଥିବାରୁ ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ନୂଆ ବନ୍ଧୁ ଜୁଟିବେ ।

କୁମ୍ଭ : ଚଂଚଳ ସ୍ୱଭାବର ହୋଇପାରନ୍ତି । ସରଳ ଭାଷା ପ୍ରୟୋଗ କରି ଅଧିସ୍ତନ ବ୍ୟକ୍ତିଙ୍କ ଠାରୁ କାର୍ଯ୍ୟ ହାସଲ କରିବେ । ନୀତି ନଷ୍ଟ ହେବ । ଧାର୍ମିକ ପ୍ରଭୃତିର ହେବେ ।

ମୀନ : ଆୟ ଆଶାନୁରୂପ ହେବ । ଯଶ୍ୱସୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନୀତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking