34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଅନୁଚିନ୍ତା "

ଆଜିର ଅନୁଚିନ୍ତା “

🦋ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ

👉୧.ସହିବାର ଓ ଶୁଣିବାର ଶକ୍ତି ।
👉୨.ବୁଝିବା ଆଉ ବୁଝେଇବାର ଶକ୍ତି ।

🦋”କେବଳ ଭଲପାଉଛି କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାଗକରି ନେବା ହେଉଛି ପ୍ରକୃତି ଭଲପାଇବା !!”

🦋”ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ !!”

🦋”ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର !!”

🦋”ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ !!”

🦋”ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ … ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ …. ? !!”

🦋”ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ମୋତେ ଘୃଣା କରୁଥିବା ବ୍ୟକ୍ତିକୁ ଏତେ ଖୁସିରେ ରଖନ୍ତୁ ଯେ ସେ ମୋ ବିଷୟରେ ଭାବିବାକୁ ସମୟ ହିଁ ନ ମିଳୁ !!”

ଅଦ୍ୟ ଅକ୍ଟୋବର ମାସ ୦୬ ତାରିଖ ୨୦୨୨ ମସିହା(ଗୁରୁବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଆଶ୍ୱିନ-ଶୁକ୍ଳପକ୍ଷ
ତିଥି- ଏକାଦଶୀ ଦିବା ଘ୦୯/୪୭ ଗତେ ଦ୍ଵାଦଶୀ
ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୨୮ ଗତେ ଶତଭିଶା
ଚନ୍ଦ୍ର- ମକର ଦିବା ଘ୦୯/୧୩ ଗତେ କୁମ୍ଭ
ଯୋଗ- ଧୃତି
କରଣ – ବିଷ୍ଟି
ସୌରମାସ- କନ୍ୟା ୨୦ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୦୪
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୪୭ ଗତେ ନୈରୁତେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୨/୩୦ ଗତେ ଘ୦୫/୨୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୮ ମଧ୍ୟେ ଓ ଘ୦୧/୪୨ ଗତେ ଘ୦୩/୨୮ ମଧ୍ୟେଓ ରାତ୍ରି ଘ୦୬/୧୪ ଗତେ ଘ୦୯/୨୭ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଇଶାଗ ଭକ୍ଷଣ ନିଷେଧ

ଆଜିର ରାଶିଫଳ
✧═════•❁❀❁•═════✧
🌹ମେଷ🌹👉 ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════✧
🌹ବୃଷ🌹👉-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════✧

🌹 ମିଥୁନ🌹👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
✧═════•❁❀❁•═════✧

🌹କର୍କଟ🌹👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
✧═════•❁❀❁•═════✧

🌹ସିଂହ🌹👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
✧═════•❁❀❁•═════✧
🌹କନ୍ୟା🌹👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

✧═════•❁❀❁•═════✧
🌹ତୁଳା🌹👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
✧═════•❁❀❁•═════✧

🌹ବିଛା🌹👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

✧═════•❁❀❁•═════✧
🌹ଧନୁ🌹👉-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
✧═════•❁❀❁•═════✧

🌹ମକର🌹👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
✧═════•❁❀❁•═════✧

🌹କୁମ୍ଭ🌹👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

✧═════•❁❀❁•═════✧
🌹 ମୀନ🌹👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking