27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ପରିବାର ପାଇଁ ଚିନ୍ତିତ ହେବେ । ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ସମ୍ମାନ ହାନୀ ଘଟିପାରେ । ସମସ୍ୟା ବଢ଼ିବାକୁ ଲାଗିବ । ନିଜକୁ ସାନ୍ତ୍ୱନା ଦେବେ ।

ବୃଷ: ଆଜି ସହକର୍ମୀଙ୍କୁ ସହାୟତା କରିବେ । ଧର୍ମଭାବନାରୁ ଶାନ୍ତି ମିଳିବ । ଆଶଙ୍କା ଦୂରେଇ ଯିବ । କାର୍ଯ୍ୟରେ ଆନନ୍ଦ ମିଳିବ । ଉଚ୍ଚ ମହଲରେ ପରିଚିତ ହେବେ ।

ମିଥୁନ: ସହକର୍ମୀଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟରେ ପ୍ରତାରିତ ହେବେ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଗୃହ ଉପକରଣ ସଂଗ୍ରହ କରିପାରନ୍ତି । କର୍ମରେ ଦକ୍ଷତା ଦେଖାଇବେ ।

କର୍କଟ: ଆଜି ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି । ଧର୍ମଭାବନାରୁ ଶାନ୍ତି ମିଳିବ । ଯୋଜନାରେ ପରିବର୍ତ୍ତନ କରିବେ । ପରିବେଶ ଲାଭଜନିତ ହେବ । ଚିନ୍ତା ଦୂରେଇ ଯିବ । ଭାତୃ ବିବାଦ ଦେଖାଦେବ ।

ସିଂହ: ମାନସିକ ଅଶାନ୍ତି ଭୋଗିବେ । ବିପଦ ସଂକଟରୁ ଦୂରେଇ ଯିବେ । ପରିସ୍ଥିତିରୁ ଆସ୍ଥା ତୁଟିବ । ବିଶ୍ୱାସରେ ହାନି ଘଟିବ । କର୍ମକ୍ଷେତ୍ରରେ ସହାୟତା ମିଳିବ । ଅନ୍ୟ ମନସ୍କତା ଅନୁଭବ କରିବେ ।

କନ୍ୟା: ଆଜି ସକାଳୁ ସକାଳୁ ଯୋଗାଯୋଗରେ ପ୍ରଗତି ଘଟିବ । ମନଭିତରେ ଆନନ୍ଦ ସୃଷ୍ଟି ହେବ । ବ୍ୟୟ ବଢ଼ିବାରୁ ବିଚଳିତ ହେବେ । ଯଦି କୌଣସି କାର୍ଯ୍ୟ କରିଛନ୍ତି ତେବେ ସଫଳତା ହାସଲ କରିବେ ।

ତୁଳା: ହଠାତ ଚାହୁଥିବା ସହାୟତା ପାଇବେ । ପ୍ରଭାବରେ ବୃଦ୍ଧି ଘଟିବ । ଭାତୃବିବାଦ ଲାଗି ରହିବ । ମାତାଙ୍କ ସ୍ୱାସ୍ଥ୍ୟନେଇ ବ୍ୟସ୍ତ ରହିବେ । ନୂତନ ଜାଗା କ୍ରୟ କରିବେ । ନୂତନ ଜାଗା କ୍ରୟ କରିବାର ସୁଯୋଗ ମିଳିପାରେ ।

ବିଛା : ଆଜି କର୍ମ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଅପମାନିତ ହେବାର ଯୋଗ ଅଛି । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ପରିସ୍ଥିତି ପ୍ରତି ଉଦାସିନ ରହିବେ । କାର୍ଯ୍ୟରେ ଉନ୍ନତି ହେବ ।

ଧନୁ: ଗୃହରେ ଆନନ୍ଦ ପାଇବେ । ଦ୍ରବ୍ୟ ଲାଭ କରିପାରନ୍ତି । ମାନସିକ ବ୍ୟସ୍ତତା ବଢ଼ିବ । କାର୍ଯ୍ୟରେ ଆଗ୍ରହ ବଢ଼ାଇବେ । ଦକ୍ଷତା ଓ ଅଭିଜ୍ଞତା ବଢ଼ିବ । କଳହାଦିରେ ଧନ୍ଦି ହେବେ ।

ମକର: ବୃଥା କାର୍ଯ୍ୟରେ ମନ ଦେବେ । ଶୁଭ ବାର୍ତ୍ତା ମିଳିପାରେ । ସ୍ୱାସ୍ଥ୍ୟ ପାଇଁ ବିବ୍ରତ ରହିବେ । ଭାତୃ ବିବାଦ ଲାଗିବ । ବ୍ୟବସାୟ ଲାଭଜନକ ହେବ । ଭୋଜନାଦିରୁ ଆଗ୍ରହ ହରାଇବେ ।

କୁମ୍ଭ: ଆଜି ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ । କର୍ମ ସଂସ୍ଥାରେ ବ୍ୟାଘାତ ଘଟିବ । ଦେବଦର୍ଶନ କରି ଶାନ୍ତି ପାଇବେ । କୌଣସି ଏକ ଜାଗାକୁ ନେଇ ଅଶାନ୍ତି ଦେଖାଦେବ । ପ୍ରତାରଣାରେ ପଡ଼ିପାରନ୍ତି ।

ମୀନ: ଆଜି ନିଜ ମନକୁ ସାନ୍ତ୍ୱନା ଦେବେ । ବିପଦ ଦୂରେଇ ଯିବ । ସହକର୍ମୀଙ୍କ ସାହାର୍ଯ୍ୟ ପାଇବେ । ସ୍ମରଣ ହାନୀ ଘଟିପାରେ । ମାନସିକ ଉତ୍ତେଜନା ଭୋଗିବେ । ବନ୍ଧୁ ସହଯୋଗ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking