28.1 C
Bhubaneswar
Thursday, March 28, 2024
Homeଓଡିଶା_ଆଜିର ଅନୁଚିନ୍ତା

_ଆଜିର ଅନୁଚିନ୍ତା

🦋ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ ।

🦋ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଥାଏ, କିନ୍ତୁ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଯାଇ ପ୍ରାୟତଃ ଏହାକୁ ନଷ୍ଟ କରନ୍ତି ।

🦋ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ କାହାରିକୁ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ?

🦋ଗରିବ ହେବା କୌଣସି ପାପ ନୁହେଁ ଧନୀ ହେବା କୌଣସି ଅର୍ଶିଵାଦ ନୁହେଁ ,ଯଦି ତୁମେ ଯେଉଁ ପରିସ୍ଥିତିରେ ଅଛ,ସେହି ପରିସ୍ଥିତିରେ ଅଛ ସେହିପରିସ୍ଥିତିରେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ଖୁସି କରିପାରୁଛ ତାହାହେଲେ ବୁଝିଯାଅ ଯେ ତୁମେ ମଣିଷ ଜନ୍ମର ସର୍ଥକତା ପ୍ରତିପାଦନ କରିଛ l

🦋କାହା କାହା ମୁହଁରୁ Sorry ଶବ୍ଦଟା ବଡ ନାଟକୀୟ ମନେ ହୁଏ, କାରଣ ସେମାନେ Sorry କହିବା ପରେ ବି ସେହି ଭୁଲ ବାରମ୍ବାର କରନ୍ତି ।

ଅଦ୍ୟ ସେପ୍ଟେମ୍ୱର ମାସ ୨୪ ତାରିଖ ୨୦୨୨ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଆଶ୍ୱିନ-କୃଷ୍ଣପକ୍ଷ
ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୩/୨୪ ଗତେ ଅମାବାସ୍ୟା
ନକ୍ଷତ୍ର- ପୁର୍ବାଫା
ଚନ୍ଦ୍ର- ସିଂହ
ଯୋଗ- ସାଧ୍ୟ
କରଣ – ବିଷ୍ଟି
ସୌରମାସ- କନ୍ୟା ୦୮ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୩୦
*✧═════•❁❀
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୨୪ ଗତେ ଐଶାନ୍ୟେ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଚତୁର୍ଦ୍ଦଶୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବା
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଦିବା ଘ ୦୪/୦୫ ଗତେ ଘ୦୫/୩୫ ମଧ୍ୟେ
ବାରବେଳା – ଦିବା ଘ ୦୧/୦୬ ଗତେ ଘ୦୨/୩୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୫ ଗତେ ଘ୦୯/୩୯ମଧ୍ୟେ ଓ ଘ୧୨/୦୩ ଗତେ ଘ୦୧/୦୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୩ ଗତେ ଘ୦୩/୧୫ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବିରି ଭକ୍ଷଣ ନିଷେଧ
═✧══•❁❀❁•═════

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
✧═════•❁❀❁•═════✧
🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
✧═════•❁❀❁•═════✧
🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
✧═════•❁❀❁•═════✧
🌷କର୍କଟ🌷👉: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
✧═════•❁❀❁•═════✧
🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
✧═════•❁❀❁•═════✧
🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
✧═════•❁❀❁•═════✧
🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
✧═════•❁❀❁•═════✧
🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
✧═════•❁❀❁•═════✧
🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
✧═════•❁❀❁•═════✧
🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
✧═════•❁❀❁•═════✧
🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
✧═════•❁❀❁•═════✧
🌷ମୀନ🌷👉:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking