37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ବନ୍ଧୁ ଓ ବିଦ୍ୟାର୍ଥୀମାନଙ୍କ ପ୍ରେରଣାରେ ଏକ ସ୍ୱାବ ସମ୍ବଳିତ କାମରେ ଅର୍ଥ ବ୍ୟୟ କରିବେ । ଦ୍ୱରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ । ଯାହା ଫଳରେ ମାନସିକ ଅସ୍ତିରତା ଭିତରେ ଗତି କରିବେ । ପରିବାରରେ ଅର୍ଥ ସମସ୍ୟାକୁ ନେଇ ବଦ ବିବାଦ ଦେଖାଦେଇପାରେ ।

ବୃଷ : ଆଜି ଅଫିସରେ କେତେକ ସମସ୍ୟାକୁ କେନ୍ଦ୍ରକରି ଅର୍ନ୍ତଦ୍ୱନ୍ଦ ସୃଷ୍ଟି ହୋଇପାରେ । ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ପୂରଣ ହୋଇଯିବ । ପୂର୍ବାହ୍ଣରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ଅତିଥିସେବା କରିବେ ।

ମିଥୁନ : ଆଜି ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହେବ । ସଭାସମିତିରେ ଜଣେ ପଦସ୍ତ ବ୍ୟକ୍ତିଙ୍କ ସାନ୍ନିଧ୍ୱ ଲାଭ କରିବେ । କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ବଖାଣି ସାହାଯ୍ୟ ଭିକ୍ଷା କରିବେ ।

କର୍କଟ : ବ୍ୟବସାୟ, ବାଣିଜ୍ୟ,ପରିବହନ, ପ୍ରଶାସନ ଓ ପ୍ରକାଶନ ଆନୁଷ୍ଠାନିକ କାମ ସାମାନ୍ୟ ବିଳମ୍ବ ହୋଇପାରେ । ଆର୍ଥିକ ସମସ୍ୟା ଦେଖାଦେଇପାରେ । କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିରୋଧ ବଢ଼ିବା ଦ୍ୱାରା ଅଟକି ରହିଥିବା କାମଟିକୁ ସମ୍ପର୍ଣ୍ଣ କରିବେ ।

ସିଂହ : ଆଲୋଚନା ସମୟରେ ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ଭୂଲ ବୁଝାମଣାରୁ ପାରିବାରିକ ସମସ୍ୟା ଦେଖାଦେବ । ସଭାସମିତିରେ ସମ୍ମାନିତ ହେବେ । ମହିଳାମାନେ ଅଭାବ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ ।

କନ୍ୟା : ଆଜି ପରିବାର ଭିତରେ ସୌହାର୍ଯ୍ୟତା ଭିତରେ କାର୍ଯ୍ୟ କରିବେ । ଅଭାବ ଅସୁବିଧା ସାଙ୍ଗକୁ ସ୍ୱାସ୍ଥ୍ୟ ହାନି କାରଣରୁ ମନ ସାମ୍ରିକ ଅଶାନ୍ତି ରହିପାରେ । କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତି ନିଜ କାମ ହାସଲ କରିବା ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବ ।

ତୁଳା : ଆଜି କର୍ମକ୍ଷେତ୍ରରେ କେତେକ ଅପତିକର ପରିସ୍ଥିତି ସୃଷ୍ଟି ହେବ । ପରିବାରରେ ଭାଇ ଭଉଣୀ କିମ୍ବା ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୂଲ କାମ କରିପାରନ୍ତି । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ।

ବିଛା : କୌଣସି କାମ ଉତ୍ସାହ ସହ କରିବେ । ପରୋକ୍ଷଭାବରେ ଶତୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି । କାରବାର, ପରିବହନ, ଷ୍ଟେସନାରୀ ଦୋକାନ ବିଶେଷ ଭାବେ ଲାଭବାନ ହେବେ । ମହିଳାମାନେ ବାପଘର କଥା ନେଇ ଚିନ୍ତିତ ରହିବେ।

ଧନୁ : ଆଜି ହାତକୁ ନେଇଥବବା ସବୁତକ କାମ ଶୃଙ୍ଖଳିତ ହେବ । ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ସାଙ୍ଗ ସାଥିମାନଙ୍କ ସାହାଯ୍ୟ ସହଯୋଗରେ ଅଭାବ ରହିବ ନାହିଁ । ପାରିବାରିକ କ୍ଷେତ୍ରରେ ଅଭାବ ଦେଖାଦେଇପାରେ ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଦେହ ଭଲ ରହିବ । ଆର୍ଥିକ ସମସ୍ୟା ଆପଣଙ୍କୁ ଦୁଃଖ ଦେଇପାରେ । ପ୍ରଶଂସିତ ହେବାର ସୂଚନା ମିଳୁଛି ।

କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ । ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ ।

ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ । ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଆଗେଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking