27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଅନୁଚିନ୍ତା🍁

ଆଜିର ଅନୁଚିନ୍ତା🍁

➡️ ଘୃଣା କରୁଥିବା ରାଜା,ସର୍ବଗ୍ରାସୀ ବ୍ରାହ୍ମଣ,ଅବାଧ୍ଯ ସ୍ତ୍ରୀ,ମନ୍ଦ ପ୍ରକୃତିର ସାହାର୍ଯ୍ୟକାରୀ,ପ୍ରତିକୂଳଭୃତ୍ଯ,ପ୍ରମାଦଯୁକ୍ତ ଅଧିକାରୀ ,ଯିଏ ନିଜର କର୍ତ୍ତବ୍ୟ ବିଷୟରେ ଅନଭିଜ୍ଞ – ଏମାନଙ୍କୁ ତ୍ଯାଗ କରିବା ଉଚିତ୍ ।
➡️ ଯେଉଁମାନେ ଗର୍ବୀ,ଅହଙ୍କାରୀ ସେମାନଙ୍କୁ କେହି ଆଦର କରନ୍ତି ନାହିଁ ।
➡️ ଅନ୍ନ ଦାନ ସବୁଠାରୁ ବଡ଼ ଦାନ । ଦ୍ଵାଦଶୀ ବଡ ତିଥି । ଗାୟତ୍ରୀ ଠାରୁ ବଡ ମନ୍ତ୍ର ନାହିଁ । ମାଆ ବାପାଙ୍କ ଠାରୁ କେହି ବଡ ଦେବତା ନାହାଁନ୍ତି ।
➡️ ଯିଏ ଗୁପ୍ତ କଥା ଲୁଚାଇ ରଖେ ସେ ସଫଳତା ପାଏ ।
➡️ ଖାଇବା ସମୟରେ ଯିଏ କଥା କୁହେ ନାହିଁ ସେ ଦୀର୍ଘାୟୁ ହୋଇଥାଏ ।

ଶୁଭ ସକାଳ
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

ଅଦ୍ୟ ଡିସେମ୍ବର ୦୧ ତାରିଖ ୨୦୨୦ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
କାର୍ତ୍ତିକ-କୃଷ୍ଣପକ୍ଷ
ତିଥି-ପ୍ରତିପଦ ଦିବା ଘ୦୪/୫୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା
ନକ୍ଷତ୍ର-ରୋହିଣୀ ଦିବା ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ମୂର୍ଗଶିରା
ଚନ୍ଦ୍ର-ବୃଷ ରାତ୍ରି ଘ୧୦/୧୯ ପର୍ଯ୍ୟନ୍ତ ତଦନ୍ତେ ମିଥୁନ
ଯୋଗ-ସିଦ୍ଧି
କରଣ-କୌଲବ
ସୌରମାସ – ବିଛା ୧୬ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୬/୦୯/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦
✧═════•❁❀❁•═════✧
ଯୋଗିନୀ ଦିବା ଘ୦୪/୫୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତର
ମକର ରାଶି ର ଘାତବାର
ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═════✧
କାଳବେଳା -ଦିବା ଘ୦୭/୩୦ ଗତେ ଘ୦୮/୫୩ ମଧ୍ୟେ
ବାରବେଳ। – ଦିବା ଘ୧୨/୫୭ ଗତେ ଘ୦୨/୧୯ ମଧ୍ୟେ
✧═════•❁❀❁•═════*
ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୫ ଗତେ ଘ ୧୦/୧୫ ମଧ୍ୟେ ଓ ଘ୧୧/୩୫ଗତେ ଘ୧୨/୫୫ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୧୦/୧୪ ଗତେ ଘ ୧୧/୩୪ମଧ୍ୟେ ଓ ଘ୦୨/୨୦ ଗତେ ଘ୦୩/୪୧ ମଧ୍ୟେ
✧═════•❁❀❁•═════✧
ଅଦ୍ୟ ପାଣିକଖାରୁ ଦିବା ଘ ୦୪/୫୪ ଗତେ ବୋଇତିିକଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════✧

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
ମେଷ👉 : *ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
ବୃଷ:👉 ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।
✧═════•❁❀❁•═════✧
ମିଥୁନ:👉 ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════✧
କର୍କଟ: 👉ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
✧═════•❁❀❁•═════✧
ସି˚ହ:👉 ଆଜି ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
✧═════•❁❀❁•═════✧
କନ୍ୟା: 👉ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
ତୁଳା:👉 ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ।
✧═════•❁❀❁•═════✧
ବିଛା:👉ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
✧═════•❁❀❁•═════✧
ଧନୁ:👉ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
✧═════•❁❀❁•═════✧
ମକର:👉 ଆପଣ ନିଜ କାମରେ ପ୍ରଶ˚ସା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
କୁମ୍ଭ:👉ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
✧═════•❁❀❁•═════✧
ମୀନ:👉ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ।
✧═════•❁❀❁•═════✧

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking