27.1 C
Bhubaneswar
Friday, March 29, 2024
Homeଓଡିଶାଆଜି ରାଜ୍ୟର ୧୧୭୨ କେନ୍ଦ୍ରରେ ଟିକାକରଣ

ଆଜି ରାଜ୍ୟର ୧୧୭୨ କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ରାଜ୍ୟର ୧୧୭୨ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାରେ ଟିକାକରଣ ସଂଖ୍ୟା ୩ କୋଟି ଅତିକ୍ରମ କରିବାର ସମ୍ଭାବନା ରହିଛି । ସେମାବାର ଗୋଟିଏ ଦିନରେ ୧ଲକ୍ଷ ୧୮ହଜାର ୫୨୪ ହିତାଧିକାରୀ ଟିକା ନେଇଛନ୍ତି । ରାଜ୍ୟରେ ଏବେ ମୋଟ ଟିକାକରଣ ସଂଖ୍ୟା ୨କୋଟି ୯୮ଲକ୍ଷ ୬୨ହଜାର ୯୧୫ରେ ପହଞ୍ଚିଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୨୪୯ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୮ହଜାର ୩୨୪ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୪୯ ହଜାର ୪୮୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୯୦ହଜାର ୧୯୯ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୧କୋଟି ୧୬ଲକ୍ଷ ୧୧ହଜାର ୧୯ ଜଣ ପ୍ରଥମ ଡୋଜ୍ ଓ ୨୬ଲକ୍ଷ ୯୩ହଜାର ୩୮୨ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୯୩ଲକ୍ଷ ୯୨ହଜାର ୬୭୭ ଜଣ ପ୍ରଥମ ଡୋଜ୍ ଓ ୪୮ଲକ୍ଷ ୭୫ହଜାର ୫୮୩ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲକ୍ଷ ୭୪ହଜାର ୭୮୭ ଜଣ ଗର୍ଭବତୀ ପ୍ରଥମ ଡୋଜ୍ ଟିକା ନେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking