43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ

ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ

ନୂଆଦିଲ୍ଲୀ : ବିିଶ୍ୱର ପ୍ରତ୍ୟେକ ଫାର୍ମାସିଷ୍ଟ, ଫାର୍ମାସ୍ୟୁଟିକାଲ୍‌ ବୈଜ୍ଞାନିକ ଏବଂ ଏ କ୍ଷେତ୍ରର ଅନ୍ୟ ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ପାଳିତ ହୁଏ ବିଶ୍ୱ ଫାର୍ମାସିଷ୍ଟ ଦିବସ । ଏହି ମହାନ ବୃତ୍ତି ସମ୍ପର୍କରେ ଏବଂ ଆମ ନୈନନ୍ଦିନ ଜୀବନରେ ଫାର୍ମାସିଷ୍ଟଙ୍କ ଭୂମିକା ବିଷୟରେ ସଚେତନତା ବୃଦ୍ଧି ନିମନ୍ତେ ଏହି ଦିବସ ଆରମ୍ଭ ହୋଇଥିଲା ।

ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସମସ୍ତ ଫାର୍ମାସିଷ୍ଟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଏହାର ଉଦ୍ଦେଶ୍ୟ । ଲୋକଙ୍କୁ ଉଚିତ୍‌ ଔଷଧ ପ୍ରଦାନ ସମେତ ଔଷଧ ଭଣ୍ଡାର ଉପରେ ନଜର ରଖିବା ଏବଂ ସେଗୁଡ଼ିକର ବ୍ୟବହାର ଅବଧି ଶେଷ ଉପରେ ଖାସ୍‌ ଧ୍ୟାନ ଦେବା ବର୍ତ୍ତମାନ ସମୟରେ ଫାର୍ମାସିଷ୍ଟଙ୍କର ବଡ଼ ଭୂମିକା ହୋଇଛି । ଆମର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ସେମାନେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁ ଏକ ସ୍ୱତନ୍ତ୍ର ଦିନ ସେମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

ଚଳିତ ବର୍ଷ ବିଶ୍ୱ ଫାର୍ମାସିଷ୍ଟ ଦିବସର ବିଷୟ ରହିଛି ‘ଏକ ସୁସ୍ଥ ବିଶ୍ୱ ନିମନ୍ତେ କାର୍ଯ୍ୟ ଲାଗି ଫାର୍ମାସି ଏକଜୁଟ ହୋଇଛି ।’ ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଫାର୍ମାସିଷ୍ଟଙ୍କ ସକାରାତ୍ମକ ପ୍ରଭାବ ଉପରେ ଏହି ଥିମ୍‌ ଫୋକସ୍‌ କରୁଛି । ଏହି ବୃତ୍ତିରେ ଲୋକଙ୍କ ମଧ୍ୟରେ ଅଖଣ୍ଡତାକୁ ମଜବୁତ କରିବା ଉକ୍ତ ଦିବସର ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking