34.1 C
Bhubaneswar
Friday, March 29, 2024
Homeଓଡିଶାଆଜି ବିଶ୍ୱ ହୃଦୟ ଦିବସ

ଆଜି ବିଶ୍ୱ ହୃଦୟ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ହୃଦୟ ଦିବସ,ପ୍ରତି ବର୍ଷ ସେପ୍ଟେମ୍ବର ୨୯ରେ ପାଳନ ହୁଏ। ହୃତପିଣ୍ଡ ଜନିତ ସମସ୍ୟା ନେଇ ସଚେତନ କରାଯାଏ। ତେବେ ବର୍ତ୍ତମାନ ସମୟରେ ବିଶ୍ୱରେ ଦୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୂର୍ବରୁ ବୟସ୍କ ମାନଙ୍କୁ ହୃଦଘାତ ହେଉଥିଲା । ଏବେ ଅଳ୍ପ ବୟସରେ ହୃଦଘାତ ମୃତ୍ୟୁ ବଢିବାରେ ଲାଗିଛି । ଧୁମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ବାୟୁ ପ୍ରଦୂଷଣ ଆଦି ହୃଦ୍‌ଜନିତ ରୋଗର କାରଣ। ବ୍ୟାୟାମ ନ କରିବା କିମ୍ବା ସଠିକ ସମୟରେ ଚିକିତ୍ସା ନ କଲେ ହୃଦ୍‌ ଜନିତ ସମସ୍ୟା ଗୁରୁତର ହୋଇପଡେ।

ବୟସ କେବେ ବି ଦେଖେନି ହୃଦରୋଗ । ଦିନକୁ ଦିନ ହୃତପିଣ୍ଡଜନିତ ସମସ୍ୟା ବଢୁଥିବାରୁ ବିଶ୍ୱବ୍ୟାପୀ ଜନସଚେତନତା ସୃଷ୍ଟିଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ହୃତପିଣ୍ଡ ଦିବସ’ । ଚଳିତ ବର୍ଷର ଥିମ୍‌ ରହିଛି‘‘USE HEART FOR EVERY HEART’’ ।
ସୂଚନା ଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ୱାର୍ଲଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଏହା ସେପ୍ଟେମ୍ବର ମାସ ଶେଷ ରବିବାର ପାଳିତ ହେଉଥିଲା। ପ୍ରଥମ ଥର ୨୦୨୦ ସେପ୍ଟେମ୍ବର ୨୪ରେ ପାଳିତ ହୋଇଥିଲା। କିନ୍ତୁ ୨୦୧୧ରୁ ଏହା ସେପ୍ଟେମ୍ବର ୨୯ରେ ପାଳିତ ହୋଇ ଆସୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking