37.2 C
Bhubaneswar
Friday, April 19, 2024
Homeଓଡିଶାଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ

ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଖାଦ୍ୟ ଦୃଷ୍ଟିରୁ ଓଡିଶା ଏକ ସୁରକ୍ଷିତ ରାଜ୍ୟ ହୋଇପାରିଛି ଓ ଗରିବ ଓ ଦୁର୍ବଳ ଲୋକଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଣ ନିଶ୍ଚିତ କରାଯାଇଛି । ଖାଦ୍ୟ ଅପଚୟ କମ୍ କରି କରି ସମସ୍ତଙ୍କ ପାଇଁ ଯଥେଷ୍ଟ ପୋଷକ, ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ଖାଦ୍ୟ ନିଶ୍ଚିତ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଶ୍ୱ ଖାଦ୍ୟ ଦିବସ (World Food Day) ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୁପେ ଘୋଷଣା କରାଯାଇଛି ।

ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା । ପ୍ରାକ୍ତନ ହଙ୍ଗେରିଆନ କୃଷି ଏବଂ ଖାଦ୍ୟ ମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଖାଦ୍ୟ ଏବଂ କୃଷି ସଂଗଠନର ୨୦ତମ ସମ୍ମିଳନୀରେ ଏକ ସକ୍ରୀୟ ଭୁମିକା ଗ୍ରହଣ କରି ଏ ସଂକ୍ରାନ୍ତରେ ଏକ ବିଚାର ବ୍ୟକ୍ତ କରିଥିଲେ । ଏହା ଉକ୍ତ ସମ୍ମିଳନୀରେ ଗୃହୀତ ହେବା ପରେ ବିଶ୍ୱର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୁପେ ପାଳନ କରୁଛନ୍ତି । ଖାଦ୍ୟାଭାବ ତଥା ଦାରିଦ୍ର‍୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୂଳ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking