24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶଆଜି ନିଟ୍ ପିଜି ପ୍ରଥମ ପର୍ଯ୍ୟାୟ କାଉନସେଲିଂ ରେଜଲ୍ଟ

ଆଜି ନିଟ୍ ପିଜି ପ୍ରଥମ ପର୍ଯ୍ୟାୟ କାଉନସେଲିଂ ରେଜଲ୍ଟ

ଭୁବନେଶ୍ୱର : ମେଡିକାଲ କାଉନସେଲିଂ କମିଟି ପକ୍ଷରୁ ଆଜି ନିଟ୍ ପିଜି ୨୦୨୧ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଏମସିସିର ୱେବସାଇଟ ଜ୍ଞମମ.ଦ୍ଭସମ.ସଦ୍ଭ ରୁ ନିଜ ନିଜର ରେଜଲ୍ଟ ବିଷୟରେ ଜାଣିପାରିବେ ବୋଲି ପରିଷଦ କହିଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ୨୩ ତାରିଖରୁ ୨୮ ମଧ୍ୟରେ ରିପୋର୍ଟିଂ କରିବେ । ଏହି ସମୟରେ ସେମାନଙ୍କର ସାର୍ଟିଫିକେଟ ଭେରିଫିସେନ ହେବା ସହିତ ଛାତ୍ରଛାତ୍ରୀ ଟିଉସନ ଫି ମଧ୍ୟ ଦାଖଲ କରିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଫେବୃୟାରୀ ୩ ତାରିଖରୁ ଆରମ୍ଭ ହେବ । ସୂଚନା ଯୋଗ୍ୟଯେ, ଚଳିତବର୍ଷ ଏମସିସି ପକ୍ଷରୁ ନିଟ ପିଜି ସିଟ ଲାଗି ୪ଟି ପର୍ଯ୍ୟାୟରେ କାଉନସେଲିଂ କରାଯିବ । ଜାନୁଆରୀ ୧୨ ତାରିଖରୁ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଲାଗି ପଞ୍ଜିକରଣ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking