34.1 C
Bhubaneswar
Thursday, April 25, 2024
Homeଓଡିଶାଆଜି +୨ ଏକ୍ସପୋର୍ଟ କମିଟିର ଚୂଡାନ୍ତ ବୈଠକ

ଆଜି +୨ ଏକ୍ସପୋର୍ଟ କମିଟିର ଚୂଡାନ୍ତ ବୈଠକ

ଭୁବନେଶ୍ୱର : ୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ବାତିଲ ହେବା ପରେ ପରୀକ୍ଷାର୍ଥୀଙ୍କୁ କିପରି ମିଳିବ ମାର୍କିଂ । ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ଗଠନ କରାଯାଇଇଥିବା ୧୪ଜଣିଆ ଏକ୍ସପୋର୍ଟ କମିଟିର ଚୂଡ଼ାନ୍ତ ବୈଠକ ଆଜି ଅନୁଷ୍ଠିତ ହେବ । ତେବେ ଆଜି  କିମ୍ବା ଶୁକ୍ରବାର ଏକ୍ସପୋର୍ଟ କମିଟିର ତା’ର ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରିବ । ବୁଧବାର ଅନୁଷ୍ଠିତ ହୋଇଥିବା ବୈଠକରେ ମାର୍କିଂକୁ ନେଇ କିଛି ସମସ୍ୟା ସୃଷ୍ଟି ହୋଇଥିବାରୁ ବୈଠକକୁ ପୁଣି ଥରେ ସ୍ଥଗିତ କରିବାକୁ ପଡ଼ିଲା । ଯଦିଓ ଦଶମ ମାର୍କକୁ ମାନଦଣ୍ଡ ଭାବେ ଗ୍ରହଣକରି ପିଲାଙ୍କୁ ସାର୍ଟିଫିକେଟ୍ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିବା ବେଳେ ପ୍ରାକ୍ଟିକାଲ ମାର୍କକୁ ନେଇ ହିସାବ ଛିଣ୍ଡୁନି । ଆଜିର ବୈଠକରେ ଯେଉଁ ନିସ୍କର୍ଷ ବାହାରିବ ତାହାର  ରିପୋର୍ଟ ସିଏଚ୍‌ଏସ୍‌ଇକୁ ପ୍ରଦାନ କରାଯିବ । ରିପୋର୍ଟ +୨ ପରିଷଦକୁ ହସ୍ତାନ୍ତର ହେବା ପରେ ଯେଉଁ ନିସ୍କର୍ଷ ସମ୍ପର୍କରେ ଉଲ୍ଲେଖ କରାଯାଇଥିବ ସେଥିରେ ପରିବର୍ତ୍ତନ କିମ୍ବା ଅନ୍ୟ କିଛି ନିୟମକୁ ରଖାଯିବ ।

ଶେଷରେ ପରିଷଦ ପକ୍ଷରୁ ଏକ ଫାଇନାଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ । ପରେ ଫଳ ପ୍ରକାଶ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ମାତ୍ର ପୂର୍ବରୁ ଏକାଦଶ ପରୀକ୍ଷା ହୋଇନଥିବା ବେଳେ କୌଣସି  ଇଣ୍ଟରନାଲ ପରୀକ୍ଷା ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ କରାଯାଇ ନାହିଁ । ଦଶମ ମାର୍କିଂକୁ ଆଧାର କରି +୨ ମାର୍କ ପ୍ରଦାନ କରିବା ସମ୍ଭବ ନୁହେଁ । ତେଣୁ ବିନା କୌଣସି ପରୀକ୍ଷାରେ ପିଲାଙ୍କୁ ମାର୍କିଂ ଦେବା ଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ଅଧାରେ ରହୁଛି ।  ସୂଚନାଯୋଗ୍ୟ,  କରୋନା ଲାଗି ଚଳିତବର୍ଷ +୨ ପରୀକ୍ଷା ବାତିଲ କରାଗଲା । ମାତ୍ର ପରୀକ୍ଷାର୍ଥୀଙ୍କୁ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାରବିମର୍ସ କରି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି କମିଟି  ମାପଦଣ୍ଡ ନିର୍ଦ୍ଧାରଣ କରି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ପରେ  ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ । ତେବେ ଆଜିସୁଧ୍‌ା ୩ଟି ବୈଠକ ଶେଷ ହୋଇଥିବା ବେଳେ ଆସନ୍ତାକାଲିର ବୈଠକ ଉପରେ ସଭିଙ୍କ ନଜର ରହିଛି । ବିନା କୌଣସି ପରୀକ୍ଷା ସାଙ୍ଗକୁ ପ୍ରାକ୍ଟିକାଲ ମାର୍କିଂକୁ ନେଇ +୨ ପରିଷଦ ବାଟବଣା ହୋଇପଡ଼ିଛି । କେଉଁ ଆଧାରରେ ମାର୍କିଂ କରାଯିବ ଏବଂ ପିଲାଙ୍କୁ କିପରି ସାର୍ଟିଫିକେଟ ମିଳିବ ତାହା ଏବେ କୁହୁଡି ପହଁରିବା ସଦୃଶ ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking