29.4 C
Bhubaneswar
Thursday, April 18, 2024
Homeଓଡିଶାଆଜି ବସନ୍ତ ପଞ୍ଚମୀ,ଶିକ୍ଷାନୁଷ୍ଠାନରେ ଵାଗ ଦେବୀଙ୍କ ପୂଜାର୍ଚନା

ଆଜି ବସନ୍ତ ପଞ୍ଚମୀ,ଶିକ୍ଷାନୁଷ୍ଠାନରେ ଵାଗ ଦେବୀଙ୍କ ପୂଜାର୍ଚନା

ଉଦଳା -ଆଜି ସାରାଦେଶରେ ଵାଗଦେଵୀ ମା”ସରସ୍ଵତୀଙ୍କର ପୂଜାର୍ଚ୍ଚନା ହେଉଥିବା ବେଳେ ଉଦଳା ରେ ମଧ୍ୟ ମା ଙ୍କର ପୂଜାର୍ଚ୍ଚନା ହେଉଛି, ଏଠାରେ କିନ୍ତୁ ଟିକେ ନିଆରା ଢ଼ଙ୍ଗରେ ପୂଜା ପା’ନ୍ତି ମା।ଉଦଳା ଠାରେ ଥିଵା ମା ସରସ୍ଵତୀ ଙ୍କ ମନ୍ଦିର, ସାରା ଓଡିଶାରେ ମୃଣୟୀ ମୂର୍ତ୍ତି ପୂଜା ପାଉଥିବା ଵେଳେଏଠାରେ ଷୋଡଶ ଉପଚାରରେ ପୀଠ ପୂଜା ଅନୁଷ୍ଠିତ ହୁଏ ।ସାରାଓଡିଶାରେ ଏହା ଏକମାତ୍ର ବିରଳ  ସରସ୍ଵତୀ ମନ୍ଦିର ।
ସକାଳୁ ସକାଳୁ ବେଶ୍ ଭିଡ ଜମିଛି,ଭୋର୫ଟାରୁ ମା ଙ୍କର ମହାସ୍ନାନ, ସୂର୍ଯ୍ୟ ପୂଜା, ସକାଳ ଧୂପ, ମଇଲମ ଓ ଵାଳ ଭୋଗ ପରେ ଭକ୍ତ ଦର୍ଶନ କରୁଛନ୍ତି, ପ୍ରବଳ ଭିଡ ଥିବାରୁ ପୋଲିସ ମୁତୟନ କରାଯାଇଛି, ମା ଙ୍କ ଦର୍ଶନ, ପୂଜା ପରେ ଵ୍ରତଧାରୀ ମାନେ ଵ୍ରତ ଧାରଣ କରୁଛନ୍ତି,ଆଜି ଦିନରେ ପ୍ରଥମ ପଢୁଆ ପିଲାମାନଙ୍କର ଖଡିଛୁଆଁ ପରମ୍ପରା ଥିବା ଵେଳେ,ଖଡିଛୁଆଁ ପର୍ବ ମଧ୍ୟ ଆରମ୍ଭ ହୋଇଛି ।

ପୂରାଣ କାଳରୁ ଏଠାରେ ଉଦାଳକ ନାମକ ଏକ ଋଷି ରହି ମା, ବାଗ୍ ଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ,ଅଞାତ ବାସ ସମୟରେ ଅର୍ଜୁନ ଵୃହନ୍ନଳାଵେଶରେ ଏହିଠାରେ ହିଁ ଉତ୍ତରା ଙ୍କୁ ନୃତ୍ୟ ଶିକ୍ଷା ଦେଉଥିବାର ପ୍ରବାଦ ଅଛି,ରାଜାରାଜୁଡା ଅମଳରୁ ପ୍ରାୟ୫୦୦ଵର୍ଷ ପୂର୍ବରୁ ଏଠାରେ ମା ଙ୍କର ପୂଜାର୍ଚ୍ଚନା ହୋଇ ଆସୁଛି ଏହି ସରସ୍ବତୀ ମେଳା ସାରା ଓଡ଼ିଶାରେ ପ୍ରସିଦ୍ଧ, ଆଜିଠାରୁ ଆରମ୍ଭ ହୋଇଆସନ୍ତା୧୮ତାରିଖ ପର୍ଯ୍ୟନ୍ତ ଏହି ମେଳାରେ ଓଡିଶା ଵ୍ଯତିତ ,ପଶ୍ଚିମଵଙ୍ଗ,ଵିହାର ର ଲୋକମାନେ ମଧ୍ୟ ଉପଭୋଗ କରିଵାକୁ ଯୋଗ ଦିଅନ୍ତି ।ମୋଟାମୋଟି ଦୀର୍ଘ୧୫ଦିନ ପର୍ଯ୍ୟନ୍ତ ଲୋକମାନେ ମେଳାକୁ ଉପଭୋଗ କରିଵା ସହ ସମଗ୍ର ଅଞ୍ଚଳରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking