31.1 C
Bhubaneswar
Friday, March 29, 2024
Homeଶ୍ରମିକ ଦିବସଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଅନ୍ୟ ପାଇଁ ଝାଳ ବୁହାଉଥିବା ମଣିଷ ପାଇଁ ଦିନଟିଏ । ୮୦ରୁ ଅଧିକ ଦେଶରେ ପ୍ରତିବର୍ଷ ମେ ଏକ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ଭୁବନେଶ୍ବର ଜୟଦେବ ଭବନରେ ରାଜ୍ୟସ୍ତରୀୟ ସମାରୋହ ପାଳନ କରାଯାଉଛି । ଏହି ଅବସରରେ ୫ଟି ଉପକ୍ରମରେ ଶ୍ରମିକ ମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯିବ । ଯେଉଁଥିରେ ଓଡିଶାର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଓ୍ବେବସାଇଟ ଓ ଅନଲାଇନ ପୋର୍ଟାଲ ଉନ୍ମୋଚିତ ହେବ । ପରିଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଟି ନୂତନ ସେବା ମିଳିପାରିବ । ସେହିପରି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ସେସ ମଡ୍ୟୁଲ ଆରମ୍ଭ କରାଯିବ । ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଇ ଦିବସର ଅବସରରେ ରାଜ୍ୟର ପ୍ରଗତିରେ ଶ୍ରମିକ ଭାଇଭଉଣୀ ମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking