33.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ବୃଥା କାର୍ଯ୍ୟରେ ବ୍ୟୟ ବଢ଼ିବ । ଦୂରଯାତ୍ରା କରିପାରନ୍ତି । ପୂର୍ବ ଅଭିଜ୍ଞତା କାର୍ଯ୍ୟରେ ଲାଗିବ । ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ଅଭାବ ଦୂରେଇଯିବ ।
ବୃଷ: କାର୍ଯ୍ୟରେ ବାଧା ଉପୁଯିବ । ବ୍ୟବସାୟ ଲାଭପ୍ରଦ ହେବ । ଭୋଜନାଦିରେ ଆନନ୍ଦ ପାଇବେ । ଅର୍ଥଲାଭ କରିପାରନ୍ତି । ଉଦର ବ୍ୟଥା ଭୋଗିପାରନ୍ତି । ସମସ୍ୟାର ସମାଧାନ କରିବେ ।
ମିଥୁନ: କ୍ଳାନ୍ତି ଓ ଅବସନ୍ନ ରହିବ । ନିଜର ଉନ୍ନତି ପାଇଲାଗି ପଡ଼ିବେ । ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଶୁଭ ହେବ । ଦେହ ଭଲ ରହିବ । ବନ୍ଧୁ ବର୍ଗରେ ମତାନ୍ତର ଘଟିବ । ଅଘଟଣ ଘଟିବାର ସମ୍ଭାବନା ଅଛି ।
କର୍କଟ: ସାହସିକ ପଦକ୍ଷେପ ନେଇ ପାରନ୍ତି । କର୍ତ୍ତୃପକ୍ଷଙ୍କର ସାହାଯ୍ୟ ମିଳିବ । ବ୍ୟବସାୟରେ ଧୀର ମନ୍ଥର ଗତିରେ ଆଗେଇବେ । ଯାତ୍ରାଜଗରେ ବିପଦ ଅଛି । ଶତୃଠାରୁ ଦୂରେଇ ଯିବେ ।
ସିଂହ: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପୁରାଣ ପଠନ ସାହିତ୍ୟ ଚର୍ଚ୍ଚା ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ମହିଳାମାନେ ମୂଲ୍ୟବାନ ଜିନିଷ ଲାଭ କରି ଖୁସି ହେବେ ।
କନ୍ୟା: ଆଜି ସକାଳୁ ସକାଳୁ ଧାର କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ । ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ମହିଳାମାନେ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ପରିବାର ଭିତରେ ଅଶାନ୍ତି ସୃଷ୍ଟି କରିବେ ।
ତୁଳା: ଧନ ହେତୁ ସୁଖ ମିଳିବ । ନିଜର ଅଧିକାର ହରାଇପାରନ୍ତି । ମନ ଅସ୍ଥିର ରହିବ । ନିଜ କାର୍ଯ୍ୟରେ ଲାଗି ରହିବେ । ବିପଦର ବଶବର୍ତ୍ତୀ ହେବେ । ଅନିଶ୍ଚିତତା ଅନୁଭବ କରିବେ ।
ବିଛା: ଦୀର୍ଘ ସମୟର କାର୍ଯ୍ୟ ବ୍ୟବସ୍ଥା ହେତୁ ଶାରିରିକ କ୍ଲାନ୍ତି ଅନୁଭବ କରିବେ । ବନ୍ଧୁଙ୍କ ଆକ୍ରମଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ । ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।
ଧନୁ: ଗବେଷଣା ରଚନାତ୍ମକ କାମ ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ । ଆଜି ଯାତ୍ରାରେ ହାତରୁ ପଇସା ଖର୍ଚ୍ଚ କରି ବନ୍ଧୁଙ୍କୁ ସାହାଯ୍ୟ କରିବେ । ଅବଶ୍ୟ ଏଥିରେ ଅଭିସନ୍ଧିମୂଳେ ଉଦ୍ଦେଶ୍ୟ ନିହତରହିବ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ ହୋଇଯିବ ।
ମକର: ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଗୃହରୁ ଆନନ୍ଦ ମିଳିବ । ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ । କଳହରେ ପଡ଼ି ପାରନ୍ତି । କାର୍ଯ୍ୟସଫଳ ହେବ । ଅସନ୍ତୋଷ ଦେଖାଦେବ ।
କୁମ୍ଭ: ଭୋଜନାଦିରୁ ତୃପ୍ତି ହେବେ । ମାନସିକ କଷ୍ଟ ବଢ଼ିବ । ଶତୃତ୍ୱାରା ଅପଦସ୍ତହେବେ । ଆର୍ôଥକ ସମସ୍ୟାରେ ପଡ଼ିବେ । ଦିନସାରା ବ୍ୟସ୍ତ ରହିବେ । କର୍ତ୍ତୃପକ୍ଷଙ୍କ ସହ ମତଭେଦ ଘଟିପାରେ ।
ମୀନ: ପରିବେଶରେ ନୂତନତ୍ୱ ଆସିପାରେ । ବିଶିଷ୍ଟ ଲୋକଙ୍କର ସହାୟତା ମିଳିବ । ନିଜ କାର୍ଯ୍ୟରେ ସମ୍ମାନିତ ହେବେ । ଅନ୍ୟ ପାଇଁ କାର୍ଯ୍ୟ କରିବେ । ଆକସ୍ମିକ ବ୍ୟୟଭାର ବଢ଼ିବ । ମହିଳାମାନେ ଗୃହକାର୍ଯ୍ୟରେ ମନବଳାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking