38.1 C
Bhubaneswar
Saturday, April 20, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ । ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ସକାଶେ ବିଶେଷ ସମୟ ଦେଇପାରନ୍ତି । କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେବ ।
ବୃଷ: ଆଜିଭଲ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କ ସହଯୋଗ ମଧ୍ୟ ପାଇବେ ଏବଂ ଉଚ୍ଚମନ ଦେଇ କାମ କରିବେ । କର୍ମକ୍ଷେତ୍ରରେ ଟେନସନ କିଛି ମାତ୍ରାରେ ଲାଗି ରହିବ । ବ୍ୟବସାୟ ପରିବହନ, ମାଲିମୋକଦ୍ଦମାରେ ସଫଳତା ହାସଲ କରିବେ ।
ମିଥୁନ: କର୍ମକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ । କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ଯାତ୍ରାରୁ ଦୂରେଇଯିବେ । ପାରିବାରିକ ସମସ୍ୟାର ସମାଧାନ ହେବ ।
କର୍କଟ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ । ପରିସ୍ଥିତି ଆୟତ୍ତାଧୀନ ହେବ । କର୍ମକ୍ଷେତ୍ରରେ ସହାୟତା ମିଳିବ । ଅସୁବିଧାର ଆଭାସ ପାଇବେ । ସୁଖ ଅନୁଭବ କରିବେ ।
ସିଂହ: ବହୁଦିନର ଅଟକିଥିବା କାର୍ଯ୍ୟ ଆଗେଇବେ । ଧନଲାଭ ଘଟିପାରେ । ବହୁ ଦିନର ଅନୁସନ୍ଧାନ ସଫଳ ହେବ । ଯାତ୍ରାରେ ବିଘ୍ନ ଘଟିବ । ପରିବାରରେ ଶାନ୍ତି ଫେରିଆସିବ ।
କନ୍ୟା: ଗୃହ କାର୍ଯ୍ୟରେ ମନଦେବେ । ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ । ଶତ୍ରୁ କବଳରେ ପଡ଼ିପାରନ୍ତି । ମନରେ ଭୟ ଯାତ ହେବେ । ଦୂରବନ୍ଧୁଙ୍କ ସହଯୋଗ ମିଳିବ ।
ତୁଳା : ପରିବେଶ ବଦଳିଯିବ । ବାଧ୍ୟତାର ବଶବର୍ତ୍ତୀ ହେବେ । ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଉଦବିଘ୍ନ ରହିବ । ଭୟରୁ ମୁକ୍ତି ମିଳିବ । ସତସଙ୍ଗରେ ଯୋଗଦେବେ ।
ବିଛା: ଟିକିଏ ଟିକିଏ କଥାରେ ଅଯଥା ଭାବପ୍ରବଣ ହେଲେ ନିଜ ପାଇଁ ତାହା କ୍ଷତିର କାରଣ ପାଲଟିଯିବ । ବ୍ୟବସାୟ ବାଣିଜ୍ୟ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ ।
ଧନୁ: ଗତକାଲିଠାରୁ ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ । ନତୁବା ପରକ୍ଷତାରେ ପରିସ୍ଥିତି ବଦଳିଯାଇପାରେ । ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଗଲେ ପରେ ପସ୍ତେଇବେ । ରାଜନୀତି ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚମାନର ଫଳ ପାଇବେ ।
ମକର: ଉତ୍ସବାଦିରେ ସମ୍ମିଳିତ ହେବେ । ଆର୍ôଥକ ଲାଭ ପାଇପାରିବେ । ମନଭଲ ରହିବ ନାହିଁ । ଶାରୀରିକ ଆଘାତ ଘଟିପାରେ । ଚାକିରୀରେ ପ୍ରତାରିତ ହେବେ । ଦୂରଯାତ୍ରାରୁ ଲାଭ ପାଇବେ ।
କୁମ୍ଭ: ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ବ୍ୟୟ ବଢ଼ିବାରୁ ଅଶାନ୍ତି ମିଳବ । ବିପଦର ଆଭାସ ପାଇବେ । ମନରେ ଶାନ୍ତି ଫେରିଆସିବ । ପ୍ରୀୟ ବ୍ୟକ୍ତିଙ୍କ ଦ୍ୱାରା ଅପଦସ୍ତ ହେବେ ।
ମୀନ: ମାଲିମୋକଦ୍ଦମାରେ ସମ୍ମୁଖୀନ ହୋଇପାରନ୍ତି । ନୂତନ କାର୍ଯ୍ୟରେ ଆନନ୍ଦ ପାଇବେ । ନଷ୍ଟ ଦ୍ରବ୍ୟ ହସ୍ତଗତ ହେବ । ବନ୍ଧୁ ମେଳରେ ଅପ୍ରୀୟ ହେବେ । ହଠାତ ନିଷ୍ପତ୍ତି ବଦଳାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking