33.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ରାଶିଫଳ....

ଆଜିର ରାଶିଫଳ….

ମେଷ : ଆଜି ଅତିଥିଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି । ପାରିବାରିକ ଗଣ୍ଡଗୋଳ ଉପୁଜିପାରେ । ଭାତୃବିବାଦ ଦେଖାଦେବ । ପରିସ୍ଥିତି ପ୍ରତି ସଜାଗ ରହିବେ । ମାନସିକ ଉତ୍ତେଜନା ଭୋଗିପାରନ୍ତି ।
ବୃଷ: ଆଜି ଅଫିସରେ ଦାୟିତ୍ୱ ଓ ଅଧିକାର ବଢ଼ିବ । ଯାତ୍ରାର ଆନନ୍ଦ ନେବେ । ବନ୍ଧୁଙ୍କୁ ସତ୍କାର କରିପାରନ୍ତି । ଅନେକ କ୍ଷେତ୍ରରେ ସାଫଲ୍ୟତା ମିଳିବ । କଥାରେ ଲୋକଙ୍କୁ ବାନ୍ଧି ରଖିବେ । ଦେହ ଓ ମନ ଭଲ ରହିବ ।
ମିଥୁନ: ଆୟ ତୁଳନାରେ ବ୍ୟୟ ବଢ଼ିଯିବ । ଆଶାସଫଳ ହେବ । ଆର୍ôଥକ ଲାଭ ମିଳିବ । ନିଜ ମନକୁ ସାନ୍ତ୍ୱନା ଦେବେ । ଐତିହ୍ୟ କାଯ୍ୟରେ ମନ ଦେବେ । ଚାକିରିରେ ପ୍ରାଧାନ୍ୟତା ବଢ଼ିବ ।
କର୍କଟ: ଆର୍ôଥକ ଅନାଟନ ଦୂରୀଭୂତ ହୋଇପାରେ । ବ୍ୟବସାୟରେ ଲାଭ କ୍ଷତି ହୋଇପାରେ । କର୍ମକ୍ଷେତ୍ରରେ ଶୃଙ୍ଖଳା ଦେଖାଯିବ । ପାରିବାରିକ ଶାନ୍ତି ପାଇବେ । ଯୌତୁକ ସମ୍ପତ୍ତି ବିବାଦରେ ସମାଧାନ ହେବ ।
ସିଂହ: ମାନସିକ ଉତ୍ତେଜନା ଭୋଗିପାରନ୍ତି । ପାରିବାରିକ ଅଶାନ୍ତି ବଢ଼ିବ । ଅନ୍ୟମନସ୍କତା ହେତୁ ହାନି ସହିବେ । ବନ୍ଧୁପ୍ରତି ସନ୍ଦେହ ସୃଷ୍ଟି ହେବ ।
କନ୍ୟା: ହଜିଥିବା ଦ୍ରବ୍ୟ ପାଇପାରନ୍ତି । ଶତ୍ରୁ କବଳରୁ ରକ୍ଷା ପାଇବେ । ଦିନସାରା ଅଶାନ୍ତି ରହିବେ । ନିଜର ପରିବେଶରେ ପରିବର୍ତ୍ତନ ଘଟିବ । ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ଅଧିକ ଉତ୍ସାହିତ ହେବେ ।
ତୁଳା: ଆଜି ସଫଳତା ଓ ସମ୍ମାନ ପାଇପାରନ୍ତି । ଆର୍ôଥକ ସମସ୍ୟା ଉତ୍କଟ ହେବ । ନୂତନ ପଦକ୍ଷେପ ନେଇପାରନ୍ତି । କାର୍ଯ୍ୟ ସିଦ୍ଧି ପାଇଁ ଲାଗିପଡ଼ିବେ । ନିଜର ଦାବି ଦେଖାଇ ପାରନ୍ତି ।
ବିଛା: ଅର୍ଥ ଲାଭର ଅଭାସ ମିଳିବ । ବିଶୃଙ୍ଖଳାରୁ ଦୂରେଇଯିବେ । ମାନସିକ ବିଶାଦ ଭୋଗିବେ । ଯାତ୍ରା ଓ ଅପବ୍ୟୟରେ ପଡ଼ିବେ । ସମ୍ମାନ ହରାଇପାରନ୍ତି । ମନଫୁର୍ତ୍ତି ରହିବ ।
ଧନୁ: ବହୁଦିନର ବାକିଥିବା କାର୍ଯ୍ୟ ସୁରୁଖୁରରେ ହୋଇଯିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଆର୍ôଥକ ଅବସ୍ଥା ସୁଧୁରିଯିବ । ପୈତୃକ ସମ୍ପତ୍ତିକୁ ନେଇ ଦୁଃଖ ପ୍ରକାଶ କରିବେ ।
ମକର: କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ମାଆଙ୍କ ସ୍ୱାସ୍ଥ୍ୟନେଇ ବ୍ୟସ୍ତ ରହିବେ । ଦେବଦର୍ଶନ କରି ଖୁସିହେବେ । ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ହଠାତ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।
କୁମ୍ଭ: ଆଜି ମାନସିକ ଅବସ୍ଥା ଭଲ ରହିବନାହିଁ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗେଇବେ । ପରିସ୍ଥିତି ଲାଭପ୍ରଦ ହେବ । ନୂତନ ନିଯୁକ୍ତିରେ ଶାନ୍ତି ପାଇବେ । ସହକର୍ମୀଙ୍କ ସହ ମତାନ୍ତର ଘଟିବ ।
ମୀନ: କୃତିତ୍ୱ ହେତୁ ସମ୍ମାନିତ ହେବେ । ପଶୁ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁବର୍ଗରେ ମତାନ୍ତର ଘଟିବ । ପଥଭ୍ରଷ୍ଟ ହୋଇପାରନ୍ତି । କାର୍ଯ୍ୟରେ ଅସଙ୍ଗତ ଦେଖାଦେବ । ଯାତ୍ରାଦିରେ ବିପଦ ଅଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking