34.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ସାଧାରଣ କଥାକୁ ବୃହଦାକାରେ ଛାନଭିନ୍ କରି ପରିମାଣ ସ୍ୱରୂପ ମନ ବିଷାଦଗ୍ରସ୍ତ ହେବ । ବାଧ୍ୟବାଧକତାରେ ସକାଳୁ ସକାଳୁ କୌଣସି କାମ ସକାଶେ ତତ୍ପରତା ପ୍ରକାଶ ପାଇବ । ସଭାସମିତିରେ ସାଙ୍ଗଠନିକ କାର୍ଯ୍ୟରେ, ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ ।
ବୃଷ: ପ୍ରତିବନ୍ଧକକୁ ହଟାଇ କାର୍ଯ୍ୟ ହାସଲ କରିବା ଦିଗରେ ସଫଳତା ପାଇବେ । ଆଜି ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବା କଷ୍ଟକର ହେବନାହିଁ ।
ମିଥୁନ: ପିତୃଙ୍କ ଦେହ ଅସୁସ୍ଥ ରହିବ । ବେପାର କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ନୂତନ ବନ୍ଧୁ ସହିତ ଯୋଗାଯୋଗ କରନ୍ତୁ । ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ଚିନ୍ତିତ ରହିବେ ।
କର୍କଟ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସାମାଜିକ ପ୍ରତିଷ୍ଠାରେ ସମ୍ମାନିତ ହେବେ । ଆର୍ôଥକ ଲାଭର ଆଶା ଅଛି । କର୍ମକ୍ଷେତ୍ରରେ ଆୟକର ତଥା ବିଭାଗୀୟ କର୍ମଚାରୀମାନେ ସତର୍କ ରହିବେ ।
ସିଂହ : ଆଜି ବହୁଦିନର ଘରୋଇ ସମସ୍ୟାର ସମାଧାନ ହୋଇଯିବ । ପାରିବାରିକ ଖୁସି ଲାଭ ହେବ । ବ୍ୟବସାୟରେ ପ୍ରତିଯୋଗିତା ବୃଦ୍ଧି ହୋଇ ଲାଭବାନ ହେବ ।
କନ୍ୟା: ଅର୍ଥ ପ୍ରାଚୁର୍ଯ୍ୟ ସାଙ୍ଗକୁ ମନର ଖୁସିଜନିତ ମୁହଁରୁ ମିଠା କଥା ବାହାରିବ । ସତର୍କତାର ସହ କାର୍ଯ୍ୟ କରିବା ଦରକାର । ଆତ୍ମୀୟ ବ୍ୟକ୍ତି ଅସୁବିଧା ସୃଷ୍ଟି କରିପାରନ୍ତି ।
ତୁଳା: ଧର୍ମକାର୍ଯ୍ୟରେ ବ୍ୟତିବ୍ୟସ୍ତ ରହିବେ । ମାନସିକ ଶାନ୍ତି ପାଇବେ । ଋଣମୁକ୍ତ ହେବା ଜଣାଯାଏ । ବ୍ୟବସାୟରେ ଲାଭର ଆଶା କମ । ଚାକିରିକ୍ଷେତ୍ରରେ ଶତୃମାନେ ଲାଗିପାରନ୍ତି । ମହିଳାମାନେ ସ୍ୱାମୀକୁ ସାହାଯ୍ୟ କରିବେ ।
ବିଛା : ଆଜି ଅଟକି ରହିଥିବା କାର୍ଯ୍ୟ ସହଜରେ ସମାଧାନ ହେବ । ପାରିବାରିକ ଦ୍ୱନ୍ଦ୍ୱର ଅବସାନ ହେବ । ବ୍ୟବସାୟ ଲାଭପ୍ରଦ ହେବ । ଚାକିରି ବୃତିରେ ପ୍ରଶଂସା ମିଳିବ ।
ଧନୁ : ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ । ନୂତନ ନିଯୁକ୍ତି କିମ୍ବା ଗୁରୁଦାୟିତ୍ୱ ନେଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ।
ମକର: ଆଜି ହଠାତ ଧନପ୍ରାପ୍ତି ହେବ । ମାଲିମୋକଦ୍ଦମାରେ ଜୟ ହେବେ । ଚାକିରିକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟଟି ଉତ୍ତମରୂପେ ପରିଲକ୍ଷିତ ହେବ ।
କୁମ୍ଭ: ଆଜି ଭାତୃବିବାଦ ସୃଷ୍ଟି ହେବ । ଜମିଜମା ଗଣ୍ଡଗୋଳ ଲାଗିପାରେ । ପରମ୍ପରା କାର୍ଯ୍ୟକରୁ ରକ୍ଷା କରି ଚାଲିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଅର୍ଥପ୍ରାପ୍ତି ହୋଇପାରେ ।
ମୀନ: ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ବେସରକାରୀ ସ୍କୁଲ ଖୋଲିବାକୁ ଇଚ୍ଛୁକ ହେବେ । ନୂତନ ବ୍ୟବସାୟଟି ବୁଝିଶୁଝି କରନ୍ତୁ । ଚାକିରିରେ ଉପକୃତ ହୋଇପାରନ୍ତି । ମହିଳାମାନେ ସେବାକାର୍ଯ୍ୟରେ ଲାଗିରହିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking