34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

ବ୍ରିଟେନ: ଆଜି ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ରାଜକୀୟ ସମ୍ମାନରେ ସମ୍ପନ୍ନ ହେବ । ୭ ଦଶନ୍ଧି ଧରି ବ୍ରିଟେନ ରାଜତନ୍ତ୍ରରେ ଶାସନ ଭାର ମୁଖ୍ୟ ଥିଲେ ଏଲିଜାବେଥ ଦ୍ବିତୀୟ । ଆଜି ଶେଷକୃତ୍ୟ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ । ବିଶ୍ବର ରାଷ୍ଟ୍ରନେତା, ରାଜତନ୍ତ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ରିଟେନ ରାଜ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲଣ୍ଡନ ସ୍ଥିତ ୱେଷ୍ଟମିନିଷ୍ଟର ଆବେରେ ସ୍ବାମୀ ଫିଲିଫଙ୍କ କବର ପାଖରେ ରାଣୀଙ୍କୁ କବର ଦିଆଯିବ । ମହାରାଣୀଙ୍କ ଶେଷଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ରାଣୀଙ୍କ ଶେଷକୃତ୍ୟର ସିଧାପ୍ରସାରଣ ଦେଖିବା ପାଇଁ ସ୍ଥାନେ ସ୍ଥାନେ ସ୍କିନ ଲଗାଯାଇଛି ।

ଏହା ସହିତ ବ୍ରିଟେନରେ ଗୋଟିଏ ଦିନ ପାଇଁ ସାର୍ବଜନୀନ ଅବକାଶ ମଧ୍ୟ ଘୋଷଣା କରାଯାଇଛି । ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ବ୍ରିଟେନବାସୀ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସରକାର ମହାରାଣୀଙ୍କ ପ୍ରତି ରାଷ୍ଟ୍ରୀୟସ୍ତର ସମ୍ମାନ ପ୍ରଦାନ କରି ରାଷ୍ଟ୍ରୀୟ ଶୋକ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ୱେଷ୍ଟମିନଷ୍ଟର ଆବେ ମହାରାଣୀଙ୍କ ପାର୍ଥିବ ଶରୀରକୁ ରଖାଯାଇଛି । ବ୍ରିଟେନ ରାଜା ତୃତୀୟ ଚାଲର୍ସଙ୍କ ଦ୍ବାରା ବକିଙ୍ଗହାମ ପ୍ୟାଲେସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ମହାରାଣୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ଲଣ୍ଡନକୁ ବିଶ୍ବ ନେତାଙ୍କ ସୁଅ ଛୁଟିଛି । ଗତକାଲି (ରବିବାର) ସୁଦ୍ଧା ବିଶ୍ବର ବିଭିନ୍ନ ଭାଗରୁ ୫୦୦ରୁ ଅଧିନ ନେତୃବୃନ୍ଦ ଲଣ୍ଡନରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking