28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ବର୍ବରତା ନେଇ ଆଜି ଅମିତ ଶାହା- ମନୋଜ ସିହ୍ନାଙ୍କ ମଧ୍ୟରେ ଆଲୋଚନା

ଆତଙ୍କବାଦୀଙ୍କ ବର୍ବରତା ନେଇ ଆଜି ଅମିତ ଶାହା- ମନୋଜ ସିହ୍ନାଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ମଧ୍ୟରେ ଆଜି(ଶନିବାର) ସାକ୍ଷାତ ହେବ । ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡିଛି । ଗତ ସପ୍ତାହ ମଧ୍ୟରେ ଜମ୍ମୁକାଶ୍ମୀରରେ ୭ ଜଣ ନାଗରିକଙ୍କୁ ହତ୍ୟା କଲେଣି ଆତଙ୍କବାଦୀ । ସୀମାରେ ପ୍ରବେଶ କରି ନାଗରିକଙ୍କ ପ୍ରତି ଏପରି ବର୍ବରକାଣ୍ଡ ଜାତୀୟ ସ୍ତରରେ ଏକ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଗୁରୁବାର ହତ୍ୟାକାଣ୍ଡର କିଛି ସମୟ ପରେ, ମନୋଜ ସିହ୍ନା ଆତଙ୍କବାଦୀଙ୍କ ଏପରି କାଣ୍ଡକୁ ବର୍ବରତା ଦର୍ଶାଇବା ସହ ନିନ୍ଦା କରି କହିଛନ୍ତି ଯେ ନିରୀହ ଲୋକଙ୍କ ପ୍ରତି ଏପରି ବର୍ବର କାଣ୍ଡର କଡା ଜବାବ ଦିଆଯିବ ।

ଆଜି ମଧ୍ୟାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣ ତଥା ଉପତ୍ୟକାର ନିରୀହ ଲୋକଙ୍କ ବିରୋଧରେ ଅପରାଧ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଗୁଜୁରାଟରୁ ଦଳୀୟ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀରେ ପହଞ୍ଚିବେ ଗୃହମନ୍ତ୍ରୀ । ସେହିପରି ମନୋଜ ସିହ୍ନା ମଧ୍ୟ ଦିଲ୍ଲୀରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking