30.1 C
Bhubaneswar
Wednesday, April 24, 2024
Homeଓଡିଶା୨୪ ଘଣ୍ଟାରେ ସର୍ବାଧିକ ୧୫୬ ଚିହ୍ନଟ ,ରାଜ୍ୟରେ ସଂଖ୍ୟା ଟପିଲା ୨ହଜାର କେନ୍ଦ୍ରାପଡ଼ାରେ ଏକାଥରେ ୫୦...

୨୪ ଘଣ୍ଟାରେ ସର୍ବାଧିକ ୧୫୬ ଚିହ୍ନଟ ,ରାଜ୍ୟରେ ସଂଖ୍ୟା ଟପିଲା ୨ହଜାର କେନ୍ଦ୍ରାପଡ଼ାରେ ଏକାଥରେ ୫୦ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ବାହାରିବା ପରଠାରୁ ଆଜି ସର୍ବାଧିକ ୧୫୬ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ହୋଇଛି । କେବଳ ରାୟଗଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୯ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଆଜି ସକାଳୁ ୧୯ ଜିଲ୍ଲାରୁ ସର୍ବାଧିକ ୧୫୬ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ , କେନ୍ଦୁଝର , ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ , ବରଗଡ଼ , ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା , ନୟାଗଡ଼ , ସୁନ୍ଦରଗଡ , ନୂଆପଡ଼ାରୁ ୩ ଲେଖାଏଁ ଚିହ୍ନଟ , କନ୍ଧମାଳ ଜିଲ୍ଲାରୁ ୯ , ଭଦ୍ରକରୁ ୭ ଆକ୍ରନ୍ତ, କଟକ ୨୦ , ଗଞ୍ଜାମରୁ ୧୭ , ଜଗତସିଂହପୁର ୧୪ , ଯାଜପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ୧୫୬ ଜଣଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ଲୋକାଲ କେସ୍ ବୋଲି ଜଣା ପଡ଼ିଛି ।
କେନ୍ଦ୍ରାପଡ଼ାରୁ ଆଜିର ଦସର୍ବାଧିକ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୭ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟ ୮୨ଜଣ ଚିକିତ୍ସିତ ହେଉଛନ୍ତି ।  ସେହିପରି କନ୍ଧମାଳରୁ ଆଜିର ୯ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୯ଜଣ ଚିକିତ୍ସିତ ହେଉଛନ୍ତି ।
ଭଦ୍ରକରୁ ଆଜିର ୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୫ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କଟକରେ ଆଜିର ୨୦ଜଣ ଆକ୍ରାନ୍ତଙ୍କୁ ମିାଶି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୩ଜଣ ଚିକିତ୍ସିତ ହେଉଛନ୍ତି ।
ଗଞ୍ଜାମରୁ ଆଜିର ୧୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୩୩୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୯୪ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ଜଗତସିଂହପୁରରେ ଆଜିର ୧୪ଜଣଙ୍କୁ ମିଶାଇ ଜସିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି ସେôତମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟ ୫୨ଜଣ ଚିକତ୍ସିତ ହେଉଛନ୍ତି ।
ଯାଜପୁରରେ ଆଜିର ୧୧ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍‌କ ସଂଖ୍ୟା  ୨୮୦କୁ ବୃଦ୍ଧି ପାଇଛି । ସେତବମଧ୍ୟରୁ ୧୭୯ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୦୧ଜଣ ଚିକିତ୍ସିତ ହେଉଛନ୍ତି ।

ବୌଦ୍ଧରୁ ଆଜିର ଜଣେଈ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜଣେ ଚିକତ୍ସିତ ହେଉଛନ୍ତି । ସେହିପରି କେନ୍ଦୁଝରରୁ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୮ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୮ଜଣ ଚିକିତ୍ସିତ ହେଉଛନ୍ତି । ମାଲକାନଗିରିରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୮ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ବଲାଙ୍ଗୀରରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୬ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୭୬ଜଣ ଚିକତ୍ସିତ ହେଉଛନ୍ତି । ସମ୍ବଲପୁରରେ ଆଜି ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ସେଥବମଧ୍ୟରୁ ୪ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୭ଜଣ ଚିକିତ୍ସିତ ହେଉଛନ୍ତି ।
ମୟୁରଭଞ୍ଜରୁ ଆଜିର ୩ଜଣଙ୍କୁ ମିଶାି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୪ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୧୨ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ବରଗଡ଼ରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସେହିପରି ସୋନେପୁରରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ଖୋଦ୍ଧାରୁ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୬୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୦ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ନୟାଗଡ଼ରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨୧ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୪୭ଜଣ ଚିକତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨୮ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୯ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ନୂଆପଡ଼ାରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୧୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୯୬୯ଜଣ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking