ଆଇ.ସି.ଆର କାର୍ଯ୍ୟାଳୟ ତରଫରୁ ୬୫ ଏକର ଜମିରେ ହୁଡ଼ା ବନ୍ଦ, ହୁଡ଼ାକରି ମାଟି ଏବଂ ପାଣିର ସଂରକ୍ଷଣ

କୋରାପୁଟ: କୋରାପୁଟ ଜିଲ୍ଲା ଭାରତୀୟ ମୂର୍ତ୍ତିକା ଏବଂ ଜଳ ସଂରକ୍ଷଣ ଅନୁସନ୍ଧାନ କେନ୍ଦ୍ର ସୁନାବେଡା ତୋରଫରୁ ଅନୁସୂଚିତ ଜାତି ଉପପରି ଯୋଜନା ଅନ୍ତର୍ଗତରେ କୋରାପୁଟ ବ୍ଲକରେ ଥିବା ବନ ପଦର, ଝନି ଗୁଡା, ଭାଗରା, ବୁଟରୁଗୁଡା, ମୂଷାଗୁଡା, ଗ୍ରାମର ଚାଷୀ ମାନଙ୍କ 65 ଏକର ଜମିରେ ତିଆରି କରାଯାଇ ଅଛି। ପର୍ବରେ ଚାଷୀ ମାନେ ହୁଡ଼ା ତିଆରି କରିଥିଲେ । କିନ୍ତୁ ବର୍ଷା ଦିନରେ ପାଣି ଦ୍ୱାରା ଏହା ଭାଙ୍ଗି ଯାଉଥିଲା । ଆଇ.ସି.ଆର କେନ୍ଦ୍ର ଅଦ୍ୟକ୍ଷ ଡାକ୍ତର ଏମ.ମଧୁ ଙ୍କ ତତ୍ୱାବଧାନରେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଗୋଟାଏ ଖାର(ଟ୍ରାଇଞ୍ଚ)ତିଆରି କରି ତାହାରି ମାଟି ଦ୍ୱାରା ହୁଡ଼ା ତିଆରି କରାଯାଇଅଛି । ଏହି ପଦ୍ଧତି ଦ୍ୱାରା ମାଟି ଏବଂ ପାଣି ଜମିରେ ସୁରକ୍ଷିତ ହୋଇପାରିବ, ଯାହାଦ୍ୱାରା ଭୁ ତଳ ଜଳରେ ବୃଦ୍ଧି ଏବଂ ଜମିର ମାଟି ଏବଂ ପାଣି ଜମିରେ ରହି ପାରିବ। ଏହା ଦ୍ୱାରା ମୂର୍ତ୍ତିକାର ଆଦ୍ରତା ସଂରକ୍ଷଣ ହୋଇପାରି ଫସଲରେ ବୃଦ୍ଧି ହୋଇପାରିବ। ଅନୁ ସନ୍ଧାନରୁ ଜଣା ପଡିଛି ଯେ ଏକ ଟନ ମାଟିକୁ ସଂରକ୍ଷଣ କରିବା ପାଇଁ ୪୧୭ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ମୂର୍ତ୍ତିକା ଏବଂ ଜଳ ସୋମରକ୍ଷଣ ପଦ୍ଧତି ଅବଲମ୍ବନ କରି କୋରାପୁଟ ବ୍ଲକ ରେ ଚାଷୀ ମାନେ ଲାଭବାନ ହାଇ ପାରୁଛନ୍ତି । ଏବଂ ସେମାନଙ୍କୁ ମଧ୍ୟରେ ଖୁସିର ଲହରୀ ଖେଳିଯାଇଅଛି । ଏହି କାର୍ଯ୍ୟଟି ବରିଷ୍ଠ ବୈଷୟକ ଅଧିକାରୀ ଶ୍ରୀ ଗୋଲେକ ବିହାରୀ ନାୟକ,ଏବଂ ବରିଷ୍ଠ ବୈଷୟକ ସହାୟକ ଶ୍ରୀ ସୁନାଧର କିଣ୍ଡଲ ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here