30.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ତରତର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ଲାଭ କରିବେ । ଆୟ ଆଶାନୁରୂପ ହେବ । ବିଭିନ୍ନ ସୂତ୍ରରୁ ସହଯୋଗ ମିଳିବ । ଧୈର୍ଯ୍ୟବାନ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ ।
ବୃଷ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଶ୍ରମ ସାର୍ଥକ ହେବ । ସର୍ବାଙ୍ଗିନ ଉନ୍ନତି ଆଶା କରାଯାଏ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି ।
ମିଥୁନ: ଯେତେ କଷ୍ଟ ଅସୁ ପଛେ ସବୁ କିଛି ସହିଯିବେ । ଚନ୍ଦ୍ରଭୋଗ ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ । ନୃତ୍ୟ, ସଙ୍ଗୀତ ପ୍ରୀୟ ହେବେ । ସତକର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିବେ ।
କର୍କଟ: ନିଜର ଅଭିଜ୍ଞତାର ଉପଯୋଗ କରିବେ । ବାଣିଜ୍ୟ କାରବାରରେ ପ୍ରଚୁର ଧନଲାଭ ହେବ । ବଚାର ବୁଦ୍ଧିଯୁକ୍ତ ହୋଇପାରନ୍ତି । ସର୍ବଜନ ପ୍ରୀୟ ହୋଇପାରନ୍ତି । ଚନ୍ଦ୍ରଭୋଗ ଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
ସିଂହ: ନିଜ ଜିଦ ବଜାୟ ରଖିପାରନ୍ତି । ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ । ବ୍ୟବସାୟରେ କ୍ଷତି ସହିପାରନ୍ତି । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।
କନ୍ୟା : ଇଶ୍ୱରଙ୍କ ପାଖରେ ପୂଜା କଲେ ବିପଦରୁ ମୁକ୍ତି ମିଳିବ । ଚାଷ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ଆର୍ôଥକ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ଆନନ୍ଦିତ ହେବେ ।
ତୁଳା: ଆଜି ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି । ସ୍ୱାତୀ ନକ୍ଷେତ୍ର ଜାତ ବ୍ୟକ୍ତି ଚଞ୍ଚଳ ପ୍ରକୃତିରେ ହେବେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଚିତ୍ରା ଓ ବିଶାଖା ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର ସମାନ ଫଳ ମିଳିବ ।
ବିଛା: ଆଜି ଦିନଟି ଆପଣଙ୍କର ଖୁସିରେ କଟିବ । କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ଧନୁ: ପାରିବାରିକ ଜୀବନରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଉଚ୍ଚ ଆଶା ଫଳବତୀ ହେବ । ପ୍ରତି କାର୍ଯ୍ୟ ପାଇଁ ଶୁଭ ସୂଚନା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ ସମୃଦ୍ଧି ଭୋଗ କରିବେ ।
କୁମ୍ଭ: ଆଜିର କର୍ମ କ୍ଷେତ୍ରରେ ଇର୍ଷା ପରାୟଣ ହେଉଥିବା କୌଣସି ବ୍ୟକ୍ତି ଦ୍ୱାରା ଆକସ୍ମିକ ଭାବରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ । ଅଫିସରେ କୌଣସି ମହିଳାଙ୍କ ସହ ସମ୍ପର୍କକୁ ନେଇ ପରିବାରରେ ଝଡ଼ ଉଠିବା ସୂଚନା ରହିଛି ।
ମୀନ: ଦୁର୍ବଳତା ଅନୁଭବ କରିବେ ଫଳରେ କାମ ପ୍ରତି ଶ୍ରଦ୍ଧା କିମ୍ବ ସ୍ପୃହା ରହିବ ନାହିଁ । ହଠାତ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପଡ଼ୋଶୀମାନେ ନିଆଁରେ ଘିଅ ଢ଼ାଳିଲା ଭଳି କଥା କହି ପରିସ୍ଥିତିକୁ ବଢ଼ାଇ ଦେଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking