26.1 C
Bhubaneswar
Friday, March 29, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଗୃହକାର୍ଯ୍ୟରେ ମନ ବଳାଇବେ । ପରୀକ୍ଷାରେ ସଫଳ ହେବେ । ପରିବେଶରୁ ଆନନ୍ଦ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।
ବୃଷ: ବହୁଦିନର ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । ଦୁଃସାହାସିକ କାମରେ ହାତଦେବା ଠିକ ହେବନି । ମହିଳାମାନେ ନିଜ ଭୁଲକୁ ଆଖିବୁଜିଦେଇ ଅନ୍ୟ ଉପରେ ଲଦିଦେବେ ।
ମିଥୁନ: ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ବଢ଼ିପାରେ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ ହୋଇଯିବ । ଧାର କରଜ କରି କାମ ତୁଲାଇ ନେବେ ।
କର୍କଟ: ଗୃହରୁ ଆନନ୍ଦ ପାଇବେ । ତରବରିଆ ପଦକ୍ଷେପ ନେଇ ଠିକ କାମକୁ ଭୁଲ କରିବେ । ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇନେବେ । ଛୋଟ କଥାକୁ ଧରି ବସନ୍ତୁ ନାହିଁ ।
ସିଂହ: କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ଘଟଣା ମିଳିବ । ଜଟିଳ ଆଡକୁ ଗତି କରିବେ । ମହିଳାମାନଙ୍କ ପାରିବାରିକ ସ୍ଥିତି ଉନ୍ନତି ଘଟିବ ।
କନ୍ୟା: ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ମାନସିକ ଅଶାନ୍ତି ଲାଗିରହିବ । ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ତୁଳା : ଆଦି ଦିନଟି ଆପଣଙ୍କ ପାଇଁ ଶୁଭ ମଙ୍ଗଳମୟ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଶାନ୍ତି ପାଇବେ । ସନ୍ତାନ ଚିନ୍ତା ଦୂର ହେବ ।
ବିଛା : ଆଜି ଅଟଳ ରହିଥିବା କାର୍ଯ୍ୟ ହାସଲ ହେବ । ପାରିବାରିକ ଦ୍ୱନ୍ଦ୍ୱର ଅବସାନ ହେବ । ବ୍ୟବସାୟ ଲାଭପ୍ରଦ ହେବ । ଚାକିରି ବୃତିରେ ପ୍ରଶଂସା ମିଳିବ ।
ଧନୁ : ବ୍ୟବସାୟ କ୍ଷେତ୍ରରେ ଧୀମେଇ ଚାଲିବ । ବିଭିନ୍ନ ପ୍ରକାରର କାମରେ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି ।
ମକର: ଆଜି ଚାକିରି ସୁପ୍ରତିଷ୍ଠିତ ହୋଇପାରନ୍ତି । ଆର୍ôଥକ ସୁଦୃଢ଼ ଘଟିବ । ବ୍ୟବସାୟରେ ଉନ୍ନତି କରିବେ । ଶୁଭ କାର୍ଯ୍ୟରେ ସମ୍ମାନିତ ହେବେ ।
କୁମ୍ଭ: ଆତ୍ମୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ । ପିତା,ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମହିଳାମାନଙ୍କ ଦୂରଯାଗା ଯାଇପାରନ୍ତି ।
ମୀନ: ଅନ୍ୟାୟର ପ୍ରତିରୋଧ କରିବେ । କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଭ୍ରମଣାଦିରେ ଶାନ୍ତି ମିଳିବ । ପଦୋନ୍ନତିପାଇଁ କର୍ମ କରିବେ । ଚାକିରି କ୍ଷେତ୍ରରେ ଶାନ୍ତି ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking