ଆଜିର ରାଶିଫଳ

ମେଷ: ଚାଲୁ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଧନ କ୍ଷୟ ହେବାର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଆଖିରେ ପୀଡ଼ା ଉପୁଜିପାରେ ।
ବୃଷ: ପରିସ୍ଥିତି ଆୟତ୍ତାଧୀନ ହେବ । ଆୟ ଯଥେଷ୍ଟ ପରିମାଣର ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯଶଶ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ମର୍ଯ୍ୟଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
କର୍କଟ: ଗୁରୁଜନଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିର ସୂଚନା ମିଳୁଛି ।
ସିଂହ: ପରିବେଶ ଆନନ୍ଦ ଦାୟକ ହେବ । ସୁଖ ମିଳିବା ସମ୍ଭବପର ନୁହେଁ । ସ୍ୱାଭିମାନୀ ହେବେ । ଭାଗୁଆଳ ବ୍ୟବସାୟ ଲାଭଜନକ ହେବ । ସାମାନ୍ୟ ଅସୁସ୍ଥ ରହିବେ ।
କନ୍ୟା: ମନରେ ଥିବା ଆଶଙ୍କା ଦୂରେଇଯିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବା କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ ହେବେ । ପତ୍ନୀଙ୍କ ପରାମର୍ଶ ଉପଦେୟ ହେବ ।
ତୁଳା: ବନ୍ଧୁ ମିଳନ ଘଟିପାରେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି ।
ବିଛା: ଆଜି ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁୂଛି । ଲଟେରିରେ ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।
ଧନୁ: ଆଜି ଅତିଥି ସତ୍କାର ପାଇଁ ପଦସ୍ଥ ରହିବେ । ଉଦାର ସ୍ୱଭାବର ହେବେ । ଦାନ ଧର୍ମ ଉପରେ ଗୁରୁତ୍ୱ ଦେବେ । ଦୂରଯାତ୍ରା ଯୋଗ ଅଛି । ସ୍ୱାସ୍ଥ୍ୟଜନିତ ଖବର ଶୁଣିବାକୁ ପାଇବେ ।
ମକର: ବାଦ ବିବାଦର ସମାଧାନ ଜରିଆରେ ସିଦ୍ଧହସ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇ ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱାଭାବର ହେବେ । ସ୍ପଷ୍ଟ ଭାଷୀ ହୋଇପାରନ୍ତି ।
କୁମ୍ଭ: ନୂତନ ଜମି କ୍ରୟ କରିପାରନ୍ତି । ଆଶାବାଦୀ ହେବେ । ସ୍ୱଭାଗ୍ୟଶାଳୀ ହୋଇପାରନ୍ତି । ପରିବେଶ ସହନଶୀଳ, ଶାନ୍ତିପ୍ରୀୟ ହେବ । ସୁଖଲାଭ କରିପାରନ୍ତି ।
ମୀନ: କାର୍ଯ୍ୟରେ ସଫଳତା ହେବ । ଚନ୍ଦ୍ରଭୋଗ ହେଉଥିବାରୁ ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟ ହେବେ ।