43.9 C
Bhubaneswar
Friday, April 19, 2024
Homeଅପରାଧଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ବେଶରେ ପୋଲିସ, ପୂରା ଘଟଣା ଜାଣନ୍ତୁ....

ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ବେଶରେ ପୋଲିସ, ପୂରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ଅପରାଧି କେତେ ବି ଚାଲାକ୍ ହେଉ ନା କାହିଁକି, ପୋଲିସ ସବୁବେଳେ ତା’ ଠାରୁ ଦୁଇ ପାଦ ଆଗରେ ହିଁ ରହିଥାଏ । ଏପରି ଏକ ମାମଲା ରାଜଧାନୀ ଦିଲ୍ଲୀରୁ ସାମନାକୁ ଆସିଛି । ଏଠାରେ ପୋଲିସ ଜଣେ ଗଣଦୁଷ୍କର୍ମକାରୀଙ୍କୁ ଖୋଜିବା ପାଇଁ ସ୍ୱାସ୍ଥ୍ୟକର୍ମୀ ବେଶ ଧାରଣ କରିଥିଲା । ତେବେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବା ସହିତ ଜେଲ୍ ହାଜତକୁ ପଠାଇ ଦେଇଛି । ସୂଚନା ଅନୁଯାୟୀ, ଜଣେ ୩୫ ବର୍ଷୀୟା ମହିଳା ସେପ୍େଟମ୍ବର ୧୯ ତାରିଖରେ ଗୌରବ ଓ ରାହୁଲ ନାମଧାରୀ ଦୁଇଜଣ ବ୍ୟକ୍ତିଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୀଡ଼ିତା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହେବାପରେ ଦୁଇ ପିଲାଙ୍କୁ ଧରି ଉତ୍ତମନଗର ଅଞ୍ଚଳରେ ରୁହନ୍ତି । ଅଭିଯୋଗରେ ପୀଡ଼ିତା ଜଣକ କହିଛନ୍ତି ଯେ, ୨୦୧୭ ମସିହାରେ ହରିଦ୍ୱାରରେ ସେ ଗୌରବଙ୍କୁ ଭେଟିଥିଲେ । ସେ ମଧ୍ୟ ନିଜ ସ୍ତ୍ରୀଠାରୁ ଅଲଗା ହେବାପରେ ପରିବାର ସହିତ ସେଠାରେ ରହୁଥିଲେ । ଏହାର କିଛି ଦିନ ପରେ ସେମାନେ ଦିଲ୍ଲୀରେ ଭେଟିଥିଲେ ଓ ପୀଡ଼ିତାଙ୍କୁ ସେତେବେଳେ ଗୌରବ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ଦିନ ହେବ ବିବାହକୁ ନାନା ପ୍ରକାର ବାହାନା କରି ଟାଳିବାକୁ ଲାଗିଲା । ଏପରି କିଛି ଦିନ ଯିବା ପରେ ଗୌରବ ପୀଡ଼ିତାଙ୍କୁ ଏକ ହୋଟେଲକୁ ଡାକିଥିଲା ଓ ସେଠାକୁ ତାଙ୍କ ସାଙ୍ଗ ରାହୁଲକୁ ବି ଡାକିଥିଲା । ସେମାନେ ଦୁଇଜଣ ମିଶି ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହାସହିତ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଭିଡିଓ ଭାଇରାଲ କରିବା ନେଇ ଧମକ ବି ଦେଇଥିଲେ ଓ ବ୍ଲାକମେଲ୍ କରିବାକୁ ଲାଗିଲେ । ତେଣୁ ବାଧ୍ୟ ହୋଇ ମହିଳା ଜଣକ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟେକ୍ନିକାଲ୍ ସେର୍ଭଲାନ୍ସର ସାହାରା ନେଇଥିଲା । ହୋଟେଲରୁ ଗୌରବର ପରିଚୟ ପତ୍ର ମିଳିଥିଲା । କିନ୍ତୁ ପରିଚୟ ପତ୍ରରେ ଯେଉଁ ଠିକଣା ରହିଥିଲା ସେ ଠିକଣାରେ ଗୌରବ ରହୁନଥିଲା । ଏହାପରେ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ମୋବାଇଲ ନମ୍ବରର ଲୋକେସନ୍ ଟ୍ରାକ୍ କରି ପୋଲିସ ଜଣେ ସ୍ୱାସ୍ଥ୍ୟ କର୍ମୀ ବେଶ ଧରି ପହଞ୍ଚିଥିଲେ । ଟିକା ଦେବା ପାଇଁ ଆସିଥିବା କର୍ମଚାରୀ ଭାବରେ ଆସି ପହଞ୍ଚିଥିଲେ । ଆଉ ସେପ୍େଟମ୍ବର ୨୧ ତାରିଖରେ ସମ୍ପୂର୍ଣ୍ଣ ଖବର ମିଳିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking