29.1 C
Bhubaneswar
Monday, August 15, 2022
Homeଦେଶ ବିଦେଶତିସ୍ତାଙ୍କୁ ୧୪ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ତିସ୍ତାଙ୍କୁ ୧୪ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଅହମ୍ମଦାବାଦ :୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଶନିବାର ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସେତଲଭାଦ୍‌ଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଗୁଜରାଟ କ୍ରାଇମବ୍ରାଞ୍ଚ ଅଦାଲତରେ ପିଟିସନ ଦାଏର କରିଛି । ସୂଚନାଯୋଗ୍ୟ ଗୁଜରାଟ ଏଟିଏସ୍ ଅଧିକାରୀମାନେ ତିସ୍ତାଙ୍କୁ ମୁମ୍ବାଇରୁ ଗିରଫ କରି ଏଠାକୁ ଆଣିବାପରେ ରବିବାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ତିସ୍ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଦାବି କରିଛି । ତିସ୍ତାଙ୍କ ସହ ଏହି ମାମଲାରେ ଜଡିତ ପୂର୍ବତନ ଆଇପିଏସ୍ ଅଫିସିର ଆର.ବି.ଶ୍ରୀକୁମାରଙ୍କୁ ମଧ୍ୟ ଗୁଜରାଟ ଏଟିଏସ୍ ଗିରଫ କରିଛି । ସେ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ପୁଲିସକୁ ଅସହଯୋଗ କରୁଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଶୁକ୍ରବାର ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ୍‌ଚିଟ୍ ଦେଇଥିବାବେଳେ ତିସ୍ତାଙ୍କ ଭୂମିକାକୁ ଭର୍ତ୍ସନା କରିଥିଲେ । ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରିଙ୍କୁ ଉସ୍‌କାଇ ତିସ୍ତା ଗୁଜରାଟ ଏସ୍‌ଆଇଟି ରିପୋର୍ଟ ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking