27.1 C
Bhubaneswar
Friday, March 29, 2024
Homeଅପରାଧଆମେରିକାରେ ବସି ସ୍ୱାମୀ ରଚିଲା ଷଡଯନ୍ତ୍ର; ସ୍ତ୍ରୀ କୁ ହତ୍ୟା କଲା ଏମିତି

ଆମେରିକାରେ ବସି ସ୍ୱାମୀ ରଚିଲା ଷଡଯନ୍ତ୍ର; ସ୍ତ୍ରୀ କୁ ହତ୍ୟା କଲା ଏମିତି

ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ବ୍ୟକ୍ତି ଅତି ଚତୁର ଭାବରେ ନିଜ ପତ୍ନୀର ହତ୍ୟା କରିଛି । ଏଥିପାଇଁ ସେ କିଛି ଲୋକଙ୍କୁ ନେଇ ପ୍ରଥମେ ଗୋଟିଏ ଗ୍ୟାଙ୍ଗ କରିଥିଲା  ଆଉ ପରେ ଯେତେବେଳେ ପତ୍ନୀ ଘରକୁ ଫେରୁଥିଲା ତା ଉପରେ ଏକ ମିନିଟ୍ରକ ଚଢାଇ ଦେଇଥିଲା । ହେଲେ ତଦନ୍ତ ସମୟରେ ଅଭିଯୁକ୍ତ ସ୍ୱାମୀର ପୋଲ୍ ଖୋଲିଗଲା ଏବଂ ପୁଲିସ ଡ୍ରକ ଡ୍ରାଇଭର ସମେତ ପୁରା ଗ୍ୟାଙ୍ଗକୁ ଧରିଥିଲା । ମୃତକ ମହିଳାଙ୍କ ସ୍ୱାମୀ ଆମେରିକାରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ । ସେ ସେହିଠାରେ ରହି ହିଁ ଏମିତି ଜାଲ ବିଛାଇଥିଲା । ଏହେ ପୁଲିସ ତାକୁ ଭାରତ ଆଣିବା ପାଇଁ ପ୍ରସ୍ତୁତ ହେଉଛି ।
ଆପଣଙ୍କୁ କହିରଖୁଛୁ, ଏମିତି ଚକିତ କରିବା ଭଳି ଘଟଣା ରେ ୨୮ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀ ଦ୍ୱାରା ଗଠନ ହୋଇଥିବା ଗ୍ୟାଙ୍ଗ ହତ୍ୟା କରିଥିଲେ ।  କାମରୁ ଘରକୁ ଫେରୁଥିବା ତିରୁବରୁର ର କିଦାରାନକୋଣ୍ଡମ ସହରରେ ରହୁଥିବା ଜୟବରଥୀଙ୍କ ହତ୍ୟା କରାଯାଇଥିଲା । ଜୟବରଥୀଙ୍କ ବିବାହ ୫ ବର୍ଷ ପୂର୍ବରୁ ବିଷ୍ଣୁପ୍ରକାଶ ନାମକ ବ୍ୟକ୍ତିଙ୍କ ସହ ହୋଇଥିଲା ।  ଯିଏ ଆମେରିକାରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲା । ଆରମ୍ଭରୁ ଜୟବରଥୀ ବିଷ୍ଣୁପ୍ରକାଶଙ୍କ ସହ ଆମେରିକାରେ ରହୁଥିଲା । ପରେ ଜୟବରଥୀ ଆମେରିକାରୁ ଭାରତ ଫେରିଥିଲେ । ଏଠାକୁ ଆସିବା ପରେ ତାଙ୍କୁ ଛାଡପତ୍ର ପାଇଁ କୁହାଯାଇଥିଲା । ତେବେ ବିଷ୍ଣୁପ୍ରକାଶ ଏହି କଥାରେ ଚିନ୍ତିତ ଥିଲା ଯେ, ଛାଡପତ୍ର ପରେ ତାକୁ ପତ୍ନୀଙ୍କ ଭରଣପୋଷଣ ଭତ୍ତା ଦେବାକୁ ହେବ । ସେଥିପାଇଁ ସେ ହତ୍ୟାର ଏହି ଜଘନ୍ୟ ଷଡଯନ୍ତ୍ର ରଚିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking