29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗତିର୍ତ୍ତୋଲରେ ଆଜି ଶେଷ ହେବାକୁ ଯାଉଛି ଉପନିର୍ବାଚନର ପ୍ରଚାର

ତିର୍ତ୍ତୋଲରେ ଆଜି ଶେଷ ହେବାକୁ ଯାଉଛି ଉପନିର୍ବାଚନର ପ୍ରଚାର

ବାଲେଶ୍ୱର : ତିର୍ତୋଲରେ ଆଜି ଶେଷ ହେବାକୁ ଯାଉଛି ଉପନିର୍ବାଚନର ପ୍ରଚାର । ଅଉ ମାତ୍ର କିଛି ଘଂଟା ପରେ ତିର୍ତ୍ତୋଲ ଉପନିର୍ବାଚନରେ ଅଜି ଶେଷ ହେଉଛି ନିବାଚନ ପ୍ରଚାର । ଏଥିପାଇଁ ତିନି ଦଳ ପକ୍ଷରୁ ଜାରିି ରହିଛି ଜୋରଦାର ପ୍ରୟାସ ।ଶେଷ ମୁହୂର୍ତ୍ତରେ ଭୋଟର ମାନଙ୍କୁ ଟାଣିବା ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରୁଛନ୍ତି ପାର୍ଥୀ ,ନେତା ଏବଂ ଦଳୀୟ କର୍ମୀ । ବିଶେଷକରି ଡୋର ଠୁ ଡୋର କ୍ୟାମ୍ପେନ ଉପରେ ଗୁରୁତ୍ୱ ଦେଉଛନ୍ତି ତିନି ଦଳପାର୍ଥୀ । ବିଜେଡି ପକ୍ଷରୁ ଅଜି ତିର୍ତୋଲ ବ୍ଳକର କନକପୁର ଠାରୁ ଏକ ବାଇକ ଶୋଭାଯାତ୍ରାରୁ ବାହାରି ଆଖ ପାଖ ଅଂଚଳରେ ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ସାମିଲ ହୋଛନ୍ତି ଦଳର ବରିଷ୍ଠନେତା । ସେହିପରି କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଚିରଜିଂବ ବିଶ୍ୱାଳ ,ସୁର ରାଉତ୍ ରାୟ ପ୍ରମୁଖ ପ୍ରଚାର ମଇଦାରେ ଅଛନ୍ତି । ସେପଟେ ବିଜେପି ପକ୍ଷରୁ ଦଳୀୟ ପାର୍ଥୀଙ୍କ ସହିତ ସମର୍ଥକମାନେ ରଘୁନାଥପୁରର ବିଭିନ୍ନ ବ୍ଲକର ବିଭିନ୍ନ ପଂଚାୟତ ବୁଲି ଭୋଟର ମାନଙ୍କ ପାଖରେ ପହଂଚୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking