ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍

ନୂଆଦିଲ୍ଲୀ : ବହୁ ଦେଶରେ ବ୍ୟାନ ହେବ ପରେ ଏବେ ପାକିସ୍ତାନରେ ନିଷିଦ୍ଧ ହେବାକୁ ଯାଉଛି ଚୀନର ଭିଡିଓ ଆପ୍ ଟିକ୍ ଟକ୍ । ଅଶାଳୀନ ଓ ଅଶ୍ଳିଳ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ।

ତେବେ ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଅଶାଳୀନ ଓ ଅଶ୍ଳିଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣିନଥିଲା । ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ପାକିସ୍ତାନ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here