37.1 C
Bhubaneswar
Thursday, March 28, 2024
Homeଓଡିଶାପାରାଦ୍ୱୀପରେ ବାଘ ଆତଙ୍କ

ପାରାଦ୍ୱୀପରେ ବାଘ ଆତଙ୍କ

 
ପାରାଦୀପ : ପାରାଦ୍ୱୀପ ନିକଟସ୍ଥ ବାଉରିଆପାଳନ୍ଦା ବସ୍ତି ନିକଟସ୍ଥ ଆଇଓସିଏଲ୍ ଏଲପିଜି ଟର୍ମିନାଲ ପରିସରରେ ଏକ ବାଘ ପଶିବା ଘଟଣାକୁ ନେଇ ଟର୍ମିନାଲ ସିକ୍ୟୁରିଟି ଗାର୍ଡ , କର୍ମଚାରୀ ଓ ସାଧାରଣରେ ଆତଙ୍କ ଖେଳିଯାଇଥିଲା । କିଏ ଏହାକୁ ଚିତା, କଲରାପତ୍ରିଆ ବାଘ ଓ ଆଉ କିଏ ଏହାକୁ ଜଙ୍ଗଲ ବିଲେଇ ବୋଲି କହୁଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଟର୍ମିନାଲର ଫାଟକ ଡେଇଁ ଏହି ଜନ୍ତୁଟି ଭିତରକକୁ ପଶିଥିବା କୁହାଯାଉଛି । ଏହି ଟର୍ମିନାଲର ଆଖପାଖ ଅଂଚଳ ଜଙ୍ଗଲିଆ ହୋଇଥିବାରୁ ଘନ ଅନ୍ଧାର ରାତିରେ ଏହାକୁ ଠାବ କରିବା କଷ୍ଟକର ବ୍ୟାପାର ହୋଇଥିଲା । ଖବର ପାଇଁ ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉକ୍ତ ଜନ୍ତୁକୁ ଖୋଜା ଖୋଜି କରି ନିରାଶ ହୋଇଥିବା ବେଳେ ଘଟଣା ସ୍ଥଳରେ ଉକ୍ତ ଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିଥିଲା । ତେବେ ଏହା କଲରାପତ୍ରିଆ ବାଘ ନା ଅନ୍ୟ ଯନ୍ତୁର ପାଦଚିହ୍ନ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି । ତେବେ ଜନ୍ତୁଟି ଏବେ ଜନବସତି ମୁହାଁ ହେଉଥିବା ଶୁଣାଯାଉଥିବା ବେଳେ ଏ ନେଇ ପାରାଦ୍ୱୀପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣା ପ୍ରଚାର ପରେ ସ୍ତାନୀୟ ବସ୍ତି ଅଂଚଳ ଅଧିବାସୀ ଓ ସାଧାରଣରେ ବହୁ ଲୋକ ଠେଙ୍ଗା ଓ ବାଡି ଧରି ରାସ୍ତାରେ ଛିଡା ହୋଇ ଜଗି ରହିଥିବାର ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking