34.1 C
Bhubaneswar
Thursday, March 28, 2024
Homeଓଡିଶାକୁସଙ୍ଗ ସଂରକ୍ଷିତ ଜଙ୍ଗଲରେ ବାଘର ମୃତ୍ୟୁ

କୁସଙ୍ଗ ସଂରକ୍ଷିତ ଜଙ୍ଗଲରେ ବାଘର ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲାର କୁସଙ୍ଗ ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲରେ ଏକ କଲାରାପତରିଆ ବାଘର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, କୁସଙ୍ଗ ବନ୍ୟପ୍ରାଣୀ ସଂରକ୍ଷିତ ଜଙ୍ଗଲର ନୂଆପଡା ନିକଟସ୍ଥ ଲେଦେରାକେନ୍ଦୁ ବିଟ ଅଞ୍ଚଳରେ ଏକ କଲରାପତରିଆ ବାଘର ମରି ପଡିଥିବା ଲୋକେ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ବନ୍ୟପ୍ରାଣୀ ବିଭାଗର ନୟାଗଡ ବନଖଣ୍ଡ ଅଧିକାରୀ ଓ କୁସଙ୍ଗର ଅଧିକାରୀ ସେଠାରେ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରାଇଥିଲେ । ତଦନ୍ତରେ ମୃତ ବାଘର ବୟସ ୩ ବର୍ଷ ୬ ମାସ ଓ ତାର ଗୋଟିଏ ଗୋଡ ଆହତ ଥିବା ଜଣାପଡିଥିବାବେଳେ ଇନଫେକ୍ସନ ଯୋଗୁଁ ତାର ମୃତ୍ୟୁ ହୋଇଥିବ ବିଭାଗୀୟ ରେଞ୍ଜର ପ୍ରକାଶ କରିଛନ୍ତି । ତେବେ ଆହତ ହୋଇ ବାଘଟି ବୁଲୁଥିଲେ ମଧ୍ୟ ବନ କର୍ମଚାରୀମାନେ କିପରି ପୂର୍ବରୁ ସୂଚନା ପାଇପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆହତ ବାଘଟିକୁ ଠିକ୍ ସମୟରେ ଚିକିତ୍ସା କରାଯାଇଥିଲେ ସେ ସୁସ୍ଥ ହୋଇପାରିଥାନ୍ତା ବୋଲି ମତପ୍ରକାଶ ପାଇଛି । ଅନ୍ୟପଟରେ କୁସଙ୍ଗ ବନ୍ୟପ୍ରାଣୀ ଅଞ୍ଚଳରେ ଅବାଧ ପଶୁ ଶୀକାର ଚାଲିଥିବା ଅଭିଯୋଗ ହେଉଥିବାବେଳେ ବାଘଟି କୌଣସି ଶିକାରୀ ଦ୍ୱାରା ଆହତ ହୋଇଥିବା ଆଶଙ୍କା କରାଯାଉଛି । ବାଘର ମୃତ୍ୟୁ ହୋଇଥିବା ସ୍ଥାନ ନିକଟରେ ଏକ ଟାଙ୍ଗିଆ ପଡିଥିବାରୁ ବାଘ ମୃତ୍ୟୁର କାରଣକୁ ନେଇ ଲୋକଙ୍କ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି । ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଇ ଆହତ ବାଘର ଚିକିତ୍ସାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏହି ସଂରକ୍ଷିତ ଜଙ୍ଗଲରେ ଅତି କମ୍ ସଂଖ୍ୟାରେ ବାଘ ରହିଥିବାବେଳେ ସବୁ ସମୟରେ ସେମାନଙ୍କୁ ଟ୍ରାକିଂରେ ରଖିବା ପାଇଁ ବିଭାଗୀୟ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଶିକାରୀ ଓ କାଠଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ସବୁବେଳେ ସଙ୍କଟ ବଢିବାରେ ଲାଗିଛି । ବିଭାଗୀୟ ଡିଏଫଓଙ୍କ କାର୍ଯ୍ୟାଳୟ ନୟାଗଡ ଜିଲ୍ଲାରେ ରହିଥିବା ଯୋଗୁଁ ଏହା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି । ତେଣୁ ବୌଦ୍ଧଜିଲ୍ଲାରେ ବନ୍ୟପ୍ରାଣୀ ବିଭାଗ ଡିଏଫଓ କାର୍ଯ୍ୟାଳୟ ଖୋଲାଯିବା ସହିତ ସଂରକ୍ଷିତ ଜଙ୍ଗଲ ଓ ବନ୍ୟ ପଶୁମାନଙ୍କୁ ସୂରକ୍ଷା ଯୋଗାଇଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking