39.1 C
Bhubaneswar
Tuesday, April 23, 2024
Homeଅପରାଧଟିଫିନ ବୋମା ଜବତ

ଟିଫିନ ବୋମା ଜବତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରୁ ଦୁଇଟି ଟିଫିନ ବୋମା ମିଳିଥିବା ଖବର ଏବେ ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ରାଇଘର-ଉମରକୋଟ ମୁଖ୍ୟ ରାସ୍ତାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ସରଗୁଲି ଗ୍ରାମର ରାସ୍ତାକଡ଼ରେ ଗତକାଲି ସନ୍ଧ୍ୟା ସାଢ଼େ ୬ଟା ସମୟରେ କିଛି ଲୋକ ଦୁଇଟି ଟିଫିନ ବୋମା ଏକ ବୁଦାରେ ଝୁଲିଥିବାର ଦେଖିବାକୁ ପାଇଥିଲେ । ଏନେଇ ଏସଂପର୍କରେ ରାଇଘର ଥାନାରେ ଖବର ଦେଇଥିଲେ । ଏହାପରେ ପୁଲିସ ଇନସ୍ପେକ୍ଟର ଗଗନେଶ୍ବର ମାଝି ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ବୋମା ଦୁଇଟିକୁ ନିଷ୍କ୍ରିୟ କରିବାରେ ଅସଫଳ ହୋଇଥିଲେ । ଦୁଇଟି ଟିଫିନ ବୋମାକୁ ଅନ୍ୟତ୍ର ନେଇଥିବା ଜଣାପଡିଛି । ଏବେ ପୁଲିସ ଟିଫିନ ବୋମାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
https://onakhabar.com/2020/01/06/4-sister-missing-in-nuapada/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking