27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ : ଜଣେ ଶ୍ରମିକ ସଂପୂର୍ଣ୍ଣ ଦଗ୍ଧିଭୂତ

ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ : ଜଣେ ଶ୍ରମିକ ସଂପୂର୍ଣ୍ଣ ଦଗ୍ଧିଭୂତ

ବରଗଡ: ମେଲେଛାମୁଣ୍ଡା ଥାନା ଅନ୍ତର୍ଗତ ବେହେରାପାଲି ପଚାଂୟତର ବୈଦେଶପାଲି ଗ୍ରାମରେ ବଜ୍ରପାତ ଘଟି ଏକ ଠିକାଦାର କ୍ୟାମ୍ପ ଜଳି ଯିବା ସହ ଏଥିରେ ଜଣେ ଶ୍ରମିକ ସଂପୂର୍ଣ୍ଣ ଭାବରେ ଦଗ୍ଧିଭୂତ ହୋଇ ମୃତ୍ୟୁବରଣ କରିଛି । ମୃତ ଶ୍ରମିକ ଜଣକ ଉସଦ ଭୋଇ (୩୫) ବୋଲି ସୂଚନା ମିଳିଛି । ସେହିପରି ଅନ୍ୟ ଛଅ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ସୋହେଲା ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ମେଲେଛାମୁଣ୍ଡା ଥାନା ଅନ୍ତର୍ଗତ ବେହେରାପାଲି ପଚାଂୟତର ଗ୍ରାମରେ ଏକ ନିର୍ମାଣଧୀନ ପୋଲ ପାଇଁ କାର୍ଯ୍ୟରତ ଶ୍ରମିକଙ୍କ ଏକ ଠିକାଦାର କ୍ୟାମ୍ପ ରହିଥିଲା । ବୁଧବାର ଅପରାହ୍ନ ରେ ବଜ୍ରପାତ ଘଟି ଠିକାଦାର କ୍ୟାମ୍ପ ଜଳିଯାଇଥିଲା । କ୍ୟାମ୍ପ ଭିତରେ ସାତ ଜଣ ଶ୍ରମିକ ଥିବା ବେଳେ ଉସଦ ଭୋଇ ନାମକ ଜଣେ ଶ୍ରମିକ ବାହାରି ନ ପାରି ସଂପୂର୍ଣ୍ଣ ଜଳି ଯାଇଥିଲେ । ଅନ୍ୟ ଶ୍ରମିକମାନେ ସାମାନ୍ୟ ଆହତ ହୋଇଥିଲେ । ମେଲେଛାମୁଣ୍ଡା ପୋଲିସ ଘଟଣା ସ୍ଥଳକୁ ପହଂଚି ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ଏହି ଘଟଣାଟି ବୈଦେଶପାଲି ଅଚଂଳରେ ଶୋକର ଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking