27.1 C
Bhubaneswar
Friday, August 12, 2022
Homeଓଡିଶାସ୍ୱାମୀଙ୍କ ମୃତ୍ୟୁକୁ ୩ ବର୍ଷ ବିତିଲା: କ୍ଷତିପୂରଣ ପାଇଁ ଦାବିକଲେ ପତ୍ନୀ

ସ୍ୱାମୀଙ୍କ ମୃତ୍ୟୁକୁ ୩ ବର୍ଷ ବିତିଲା: କ୍ଷତିପୂରଣ ପାଇଁ ଦାବିକଲେ ପତ୍ନୀ

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକର ସଦର ମହକୁମା ଖମଣ ସାହିରେ ପ୍ରେମ ବିବାହ କରି ରହୁଥିଲେ ସ୍ୱାମୀ ରାଧାକାନ୍ତ ଗୌଡ଼ ଓ ପତ୍ନୀ ସ୍ୱପ୍ନା ସିଂ । ଦେଢ଼ବର୍ଷର ତେଲଲୁଣ ଅଭାବୀ ସଂସାର ଭିତରେ ସେ ଅନେକ ସ୍ୱପ୍ନକୁ ସାଉଁଟୁ ଥିବାବେଳେ ଅଚାନକ ତାଙ୍କ ଜୀବନରେ ଦେଖାଦେଲା ଘୋର ବିପର୍ଯ୍ୟୟ । ସେଦିନ ଥିଲା ୭ଅଗଷ୍ଟ ୨୦୧୯ମସିହାର ବର୍ଷଣମୁଖ କାଳ ସକାଳ । ଗରୀବ ମଣିଷଙ୍କୁ ବର୍ଷାଋତୁରେ କାମ ନମିଳିଲେ କ’ଣ ହେବ ପେଟ ପାଇଁ ଖାଦ୍ୟ ଦରକାର ପଡ଼େ । ପ୍ରତିଦିନ ଭଳି ରାଧାକାନ୍ତ ସେଦିନ ସକାଳ ୮ଟାରେ ସ୍ୱପ୍ନାର ସାନଭାଇକୁ ସାଙ୍ଗରେ ଧରି ଖମଣ ସାହି ଓ ପୁଲିସ ବ୍ୟାରକ ବାଉଣ୍ଡରୀ ପଛପଟ ଦେଇ ବସ୍‌ଷ୍ଟାଣ୍ଡ୍ ପାଖ ଦୋକାନକୁ ଘରପାଇଁ ଜଳଖିଆ ଆଣିବାକୁ ଯାଉଥିଲା । ଜଳଖିଆ ନେଇ ଆସିଲେ ଘରେ ସମସ୍ତେ ମିଳିମିଶି ଖାଇବେ । ହେଲେ ବସଷ୍ଟାଣ୍ଡ କର୍ଣ୍ଣର ପାଖରେ ଥିବା ବିଦ୍ୟୁତ୍ ବିଭାଗ ସବ୍‌ଷ୍ଟେସନ୍‌ର ତାର ଛିଣ୍ଡି ଚାଲୁଥିବା ବର୍ଷା ପାଣିରେ ପଡ଼ିଥିଲା । ବର୍ଷା ହେଉଥିବାରୁ ସକାଳୁ କେହି ସେବାଟ ଦେଇ ଯାଆଆସ କରିନଥାନ୍ତି ।

ରାଧାକାନ୍ତ ବର୍ଷାପାଣିରେ ପାଦ ସ୍ପର୍ଶ କରୁକରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେଇଠି ମରିଯାଇଥିଲେ । ମାତ୍ର ସାନଭାଇ ବଞ୍ଚି ଯାଇଥିଲେ ମଧ୍ୟ ତା’ ସୁନାର ସଂସାର ସବୁଦିନ ପାଇଁ ଉଜୁଡ଼ି ଯାଇଥିଲା । ପ୍ରକାଶଥାଉକି ରାଧାକାନ୍ତ ମରିବାର ଦୁଇଦିନ ପୂର୍ବରୁ “ବିପଦ ସଙ୍କୁଳ ବିଦ୍ୟୁତ୍ ସବ୍‌ଷ୍ଟେସନ’ ବାବଦରେ ବିଭିନ୍ନ ଖବର କାଗଜରେ ଲେଖା ପ୍ରକାଶ ପାଇଥିଲେ ମଧ୍ୟ ବେପରୁଆ ବିଦ୍ୟୁତ୍ ବିଭାଗ ଶତର୍କ ହୋଇନଥିଲା । ବିଭାଗର ଖାମଖିଆଲ ନୀତିପାଇଁ ସେଦିନ ଏକ ଗରିବ ପରିବାର ଉଜୁଡି ଯାଇଥିଲା । ଏବିଷୟକୁ ନେଇ ସ୍ୱପ୍ନା ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରି ଦୋଷୀକୁ ଦଣ୍ଡ ଓ ତାକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲା । ମୁନିଗୁଡା ପୁଲିସ ଏକ ମାମଲା ରୁଜୁ କରି କେଶର ତଦନ୍ତ ଚଳାଇଥିଲେ । ପରେ ସ୍ୱପ୍ନା ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ସଭିଙ୍କୁ ଗୁହାରି କରିକରି ଏବେ ସେ ଆତ୍ମବିଶ୍ୱାସ ହରେଇ ବସିଛି ।

ସ୍ୱାମୀ ରାଧାକାନ୍ତର ଅକାଳ ମୃତ୍ୟୁକୁ ସେ ସହଜରେ ଭୁଲି ପାରୁନି । ଘରେ ଏକାଏକା ଜୀବନ ବିତାଉଥିବା ସ୍ୱପ୍ନା ଆର୍ôଥକ ଅନଟନ ମଧ୍ୟରେ ଗତିକରୁଥିବା ବେଳେ ତାକୁ ନ୍ୟାୟ ପାଇଁ ପ୍ରଶାସନକୁ ନେହୁରା ହେଉଛି । ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ସ୍ୱପ୍ନାର ସବୁ ସ୍ୱପ୍ନ ପାଣି ଫୋଟକା ଭଳି ଆଜି ମିଳେଇ ଯାଇଛି । ହେଲେ ବିଭାଗୀୟ ଅସାବଧାନତା ଯୋଗୁଁ ଯେଉଁ ଅମୂଲ୍ୟ ଜୀବନ ଚାଲିଗଲା ସେଥିପାଇଁ ଉପଯୁକ୍ତ କ୍ଷତିପୂରଣ ପାଇବାକୁ ସ୍ୱପ୍ନା ଦାବି କରୁଛି । ହେଲେ ବିଭାଗୀୟ ଅଧିକାରୀ ଅବା ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ସ୍ୱପ୍ନାର କେଶରେ ନୀରବ ରହିବା, ସହଯୋଗ ନକରିବା କିମ୍ବା ସହାୟତା ନକରିବା ମାନବିକ ଅଧିକାରକୁ ହନନ କରୁନାହିଁକି? ସ୍ୱପ୍ନାର ନାର୍ଯ୍ୟା ଦାବିକୁ ମାନବିକତା ଆଧାରରେ ଜିଲ୍ଲା ପ୍ରଶାସନ ପୂରଣ କରିବାକୁ ଅବା ବିଦ୍ୟୁତ୍ ବିଭାଗ ଦ୍ୱାରା ପୂରଣ କରାଇବାକୁ ସାଧାରଣରେ ଦାବି ଉଠୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking