28.1 C
Bhubaneswar
Thursday, March 28, 2024
Homeଓଡିଶା୩ନଂ ଜିଲ୍ଲାପରିଷଦ ଜୋନରେ ତ୍ରିମୁଖୀ ଲଢେଇ

୩ନଂ ଜିଲ୍ଲାପରିଷଦ ଜୋନରେ ତ୍ରିମୁଖୀ ଲଢେଇ

ଆଠଗଡ଼: ଆଠଗଡ଼ ବ୍ଲକର ୩ନଂ ଜିଲ୍ଲାପରିଷଦ ଜୋନରେ ଶାସକ ବିଜେଡି ବିରୋଧି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ପ୍ରାୟ ନିଶ୍ଚିତ। ଫେବୃଆରୀ ୨୨ରେ ଏହି ବ୍ଲକ ତଥା ଜୋନରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଚାର ପାଇଁ ଆଉ ମାତ୍ର ୨୦ଦିନ ହାତରେ ରହିଛି। ଏବେବି ଦଳର ତୁଙ୍ଗ ନେତା ଯଥା ଶାସକ ବିଜେଡିର ନେତା ତଥା ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାଁନ୍ତି। ଗତ ୩୨ବର୍ଷ ଧରି ଆଠଗଡ଼ ରାଜନୀତିର ଡୋର ତାଙ୍କ ହାତରେ ରହିଥିବାରୁ ଶାସକ ବିଜେଡିର ଏଠାରେ ଦୃଢ ସଂଗଠନ ସୃଷ୍ଟି ହୋଇଛି। ନିଜର ପଞ୍ଚାୟତସ୍ତରୀୟ ଦଳୀୟ ନେତାମାନଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଭିନ୍ନ ପଞ୍ଚାୟତରେ ଦଳୀୟ ସମର୍ôଥତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ ମଧ୍ୟ ନିଜ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିନଥିବାବେଳେ ପଞ୍ଚାୟତସ୍ତରୀୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧରି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଗାଁ କୁ ଗାଁ ଓ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି। ଅନୁରୁପ ଭାବେ କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ପଞ୍ଚାୟତସ୍ତରୀୟ ତୁଙ୍ଗନେତାମାନଙ୍କୁ ସଂଗଠିତ କରି ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦଳର ତୁଙ୍ଗନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଆସନ୍ତା ବୁଧବାର ଠାରୁ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ୩ନଂ ଜୋନଟି ଅଣସଂରକ୍ଷିତ ରହିଥିବାବେଳେ ଏଠାରେ ୩ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ବ୍ୟତୀତ ୨ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ରହିଛନ୍ତି। ତେବେ ସ୍ୱାଧୀନ ପ୍ରାର୍ଥୀ ଦ୍ୱୟଙ୍କର ସେପରି ଅଧିକ ପ୍ରଭାବ ନଥିବାବେଳେ ସେମାନଙ୍କର ନିଜ ପଞ୍ଚାୟତରେ ସେମାନେ କିଛି ଭୋଟ ବିଭାଜନର କାରଣ ହୋଇପାରନ୍ତି ବୋଲି ଚର୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking