30.1 C
Bhubaneswar
Wednesday, April 24, 2024
Homeଅପରାଧହାତୀ ମୃତ୍ୟୁ ଘଟଣା : ୩ ଶିକାରୀ ଗିରଫ

ହାତୀ ମୃତ୍ୟୁ ଘଟଣା : ୩ ଶିକାରୀ ଗିରଫ

ସମ୍ବଲପୁର : ସମ୍ବଲପୁର ସଦର ବନରେଞ୍ଜ ଅନ୍ତର୍ଗତ ଯାଦୁଲୁଇସିଂ ଗ୍ରାମ୍ୟଜଙ୍ଗଲରେ ବିଦ୍ୟୁତ ସଂସ୍ପର୍ଶରେ ଆଶି ୧୪ବର୍ଷର ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନବିଭାଗ  ୩ ଜଣଙ୍କୁ  ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଦୁଲୁଇସିଂ ଗ୍ରାମର ବୈକୁଣ୍ଠ ମିର୍ଦ୍ଧା(୩୮), ନନ୍ଦଲାଲ ଭୋଇ(୨୪) ଓ ଦିଲ୍ଲୀପ ଭୋଇ(୪୫)ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ,  ଗତ ମାସ ୩୦ ତାରିଖ ସକାଳେ ଯାଦୁଲୁଇସିଂ  ଗ୍ରାମ ଜଙ୍ଗଲରେ ଏକ ଦନ୍ତାହାତୀ ମରିପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପ୍ରଥମେ ସଦର ରେଞ୍ଜର ଗୌରୀଶଙ୍କର ଦାସ ଏବଂ ପରେ  ଡିଏଫଓ ଡ.କୁମାର ଏବଂ ଏସିଏଫ ଶ୍ରୀ ଶର୍ମା  ଘଟଣାସ୍ଥଳରେ ପହଞ୍ôଚ ପାରିପାଶ୍ୱିର୍କ ସ୍ଥିତିର ଅନୁଧ୍ୟାନ କରିଥିଲେ । ସେତେବେଳେ ହାତୀର ଶରୀରରେ ବାହ୍ୟ କ୍ଷତ ଜଣାପଡି ନଥିଲା । ପ୍ରାଣୀଧନ ଚିକିତ୍ସକ ବ୍ୟବଚ୍ଛେଦ କରିବା ସମୟରେ ହାତୀର ଷୁଣ୍ଢ ଏବଂ ଆଗପଟ ଡାହାଣ ଗୋଡ଼ ଉପରେ ପୋଡ଼ାକ୍ଷତ ଦେଖାଯାଇଥିଲା । ଘଟଣାସ୍ଥଳରୁ ବିଦ୍ୟୁତ ତାର ମିଳିଥିବାବେଳେ କିଛିବାଟ ଦୂରରେ ଆଉ କେତୋଟି ହାତୀଙ୍କ ପାଦ ଚିହ୍ନ ରହିଥିଲା ।

ସେଥିରୁ ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଛାଇଥିବା ଜୀବନ୍ତ ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଘଟଣାରେ ବନବିଭାଗ ତଦନ୍ତ କରି  ୩ଶିକାରୀଙ୍କୁ ଗିରଫ କରିଛି ।  ଅଭିଯୁକ୍ତମାନଙ୍କୁ କୋର୍ଟ ବିଚାର କରି ହାଜତକୁ ପଠାଇଦିଆଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏସିଏଫ ମଦନଲାଲ ଶର୍ମାଙ୍କୁ ତଦନ୍ତ ଭାର ଦିଆଯାଇଥିବା ଡିଏଫଓ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking