33.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକ୍ ଧକ୍କାରେ 3 ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଟ୍ରକ୍ ଧକ୍କାରେ 3 ମୃତ, ଘଟଣାସ୍ଥଳରେ ଉତ୍ତେଜନା

ମୟୂରଭଞ୍ଜ – ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କକା-ପୁତୁରା ମୃତ । ତେବେ ଦୁର୍ଘଟଣା ଘଟାଇ ଖସି ପଳାଇ ଯାଉଥିବା ରାସ୍ତାରେ ପୁଣି ଏକ ସ୍କୁଟିକୁ ଧକ୍କା ଦେଇ ଚାଳକଙ୍କୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର। ଏହି ରାଜପଥର ବଡଡାଳିମା ଠାରେ ଘର ସାମ୍ନାରେ କକା-ପୁତୁରା ଛିଡା ହୋଇଥିଲା ବେଳେ ଧକ୍କା ଦେଇଛି ଟ୍ରକ। ଜଣେ ବହଳଦାରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।ତେବେ ମୃତକ କାକା-ପୁତୁରା ଦୁଇଜଣ ହେଲେ ତାରିଣୀ ବେହେରା ଓ ସିପୁ ବେହେରା । ତେବେ ଟ୍ରକ ସହ ଡ୍ରାଇଭର ଘଟଣାସ୍ଥଳୀରୁ ଫେରାର ହୋଇ ଖସି ପଳାଇ ଯାଉଥିବା ବେଳେ ମଧ୍ୟ ତିରିଂ ବୋର୍ଡର ନିକଟସ୍ଥ ଝାଡଖଣ୍ଡ ସୀମାରେ ଜଣେ ସ୍କୁଟି ଚାଳକଙ୍କୁ ଚାପି ଦେଇଥିବା ସୂଚନା। ଟ୍ରକ ଡ୍ରାଇଭର ତିରିଂ ଥାନାରେ ଅଟକ ଅଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଅଞ୍ଚଳବାସୀ । ଅବରୋଧ ଫଳରେ ରାଜପଥର ଉଭୟ ପଟୁ ଶତାଧିକ ଗାଡି ଛିଡ଼ା ହୋଇ ରହିଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତଲୋକେ ପଥର ପକାଇ ଜାତୀୟ ରାଜପଥ ଅବରୋଧ କରି ଛିଡ଼ା ହୋଇଥିବା ଟ୍ରକ ଭଙ୍ଗାରୁଜା କରିଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି । ସେପଟେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେନେଇ ତିରିଂ ଥାନା ପୋଲିସ ସମେତ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking