28.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରେନ ଧକ୍କାରେ ୩ ହରିଣ ମୃତ

ଟ୍ରେନ ଧକ୍କାରେ ୩ ହରିଣ ମୃତ

 

ଜଗତସିଂହପୁର(ପ୍ରତାପ କୁମାର ସିଂହ) :ଧକ୍କା ଦେଲା ଲୌହ ଦାନବ ।ଟ୍ରେନରେ କଟିଗଲେ ୩ ହରିଣ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ତିନିପୋଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଧଳାତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅଭାବରୁ ବନ୍ୟଜନ୍ତୁ ହରିଣ ଗୁଡିକ ବିଭିନ୍ନ ସମୟରେ ବାହାରକୁ ଆସି ଚୋରା ଶିକାରୀ ମାନଙ୍କ ଶିକାର ହେଉଥିବା ବେଳେ ଗତକାଲି ପୁଣି ରାମଚନ୍ଦ୍ରପୁର ସାଳଜଙ୍ଗ ନିକଟରେ ଟ୍ରେନ ଧକ୍କାରେ ତିନୋଟି ହରିଣ ମୃତ୍ୟୁ ହୋଇଥିବା ଦେଖିବାକୁ ମିଲିଛି।ହରିଣମାନେ ନିକଟସ୍ଥ ଧରତଙ୍ଗ ଗଡ଼ ଜଙ୍ଗଲରୁ ବାହାରକୁ ଚରିବାକୁ ଆସିଥିଲେ ।
ଜଗତସିଂହପୁର ବନବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏଭଳି ଘଟୁଥିବା ଜନସଧାରଣରେ ଅଭିଯୋଗ ହୋଇଛି।କାରଣ ବିଗତ ଦିନରେ ହରିଣ ଗୁଡିକ ପାଇଁ ଜଙ୍ଗଲ ଭିତରେ ସେମିତି ଖାଦ୍ୟ,ପାଣି ଭଳି ବ୍ୟବସ୍ଥା ନଥିବା ସ୍ଥଳେ ହରିଣ ଗୁଡିକ ଗାଁ ମୁହାଁ ହେବାକୁ ବସିଛନ୍ତି।ହରିଣ ମାନଙ୍କ ସୁରକ୍ଷାପାଇଁ ତାର ବାଡ଼ ନିର୍ମାଣ ପାଈଁ ବାରମ୍ବାର ଜନସଧାରଣ ରେ ଦାବି ହୋଇଆସୁଥିଲେ ମଧ୍ୟ ନା ବନବିଭାଗ,ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।ଯଦି ଏଭଳି ହରିଣଙ୍କ ମୃତ୍ୟୁ ଘଟେ ଧଳତଙ୍ଗଗଡ଼ ଜଙ୍ଗଲରୁ ହରିଣ ଲୋପ ପାଇବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ତେଣୁ ହରିଣ ମାନଙ୍କ ସୁରକ୍ଷା ପାଈଁ ତାର ବାଡ଼ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking