29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା

୩୦ କୋଟି ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାଜା ସୂଚନା ପ୍ରଦାନ କରିଛନ୍ତି । ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ ବୋଲି ସେ କହିଛନ୍ତି । ପ୍ରତି ଭାରତୀୟ, ଯାହାକୁ ଟିକା ଦେବା ଜରୁରୀ ଥିବ, ଟିକା ଦିଆଯିବ । ତେବେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ବୟସ୍କଙ୍କୁ ପ୍ରଥମେ ଟିକା ଦେବା ଯୋଜନା ରହିଛି । ସେହିଭଳି ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ ଆଦି ୧ କୋଟି ଲୋକଙ୍କୁ ଟିକା ଦିଆଯିବ । ପୋଲିସଙ୍କ ଭଳି କିଛି ସମ୍ମୁଖ ଯୋଦ୍ଧା ଥିବା ୨ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ୫୦ ବର୍ଷରୁ ଅଧିକ, ବହୁବିଧ ରୋଗାକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିଟା ଦିଆଯିବ ବୋଲି ସୂଚନା ଦିଆଯିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ଆସିଲେ ଏହିମାନଙ୍କୁ ଏକ ସମୟରେ ଟିକା ଦିଆଯିବା ବ୍ୟବସ୍ଥା ହେବ । ଅନ୍ୟପଟେ ଟିକା ସଂରକ୍ଷଣ, ଟିକାକରଣ ଓ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking